ରାଜ୍ୟ ସ୍ପେଶାଲ ରିପୋର୍ଟ

ଅମରଙ୍କ ନାମରେ ଫେସବୁକ୍ ପୋଷ୍ଟିଂକୁ ନେଇ ଚର୍ଚ୍ଚା

ଭୁବନେଶ୍ବର : ଆଜି ସାଂସଦ ଅମର ପଟ୍ଟନାୟକଙ୍କ ନାମରେ ଥିବା ଏକ ଫେସ୍‌ବୁକ୍‌ ଆକାଉଣ୍ଟରେ ସୁଜାତା ଆର୍‌. କାର୍ତ୍ତିକେୟନ୍ ଫ୍ୟାନ୍ କ୍ଲବ୍ ଦ୍ବାରା ପୋଷ୍ଟିଂ ହୋଇଥିବା ଏକ ପୋଷ୍ଟକୁ ସେୟାର କରାଯିବା ଘଟଣା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଏଥିରେ ଲେଖାଥିଲା ଯେ ଯଦି ମିସନ୍ ଶକ୍ତିର ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍ ସରକାରୀ ଚାକିରି ଛାଡ଼ି ତାଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡ଼ାର ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୁଅନ୍ତି, ତେବେ ଆପଣଙ୍କ ମତାମତ କ’ଣ ରହିବ?

ପୂର୍ବରୁ ସୁଜାତା କାର୍ତ୍ତିକେୟନ ଚାକିରି ଛାଡ଼ି ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଦଳର ଜଣେ ସାଂସଦ ଏଭଳି ପୋଷ୍ଟକୁ ସେୟାର କରିବା ପରେ ଏହା କିଛି କ୍ଷଣ ମଧ୍ୟରେ ଭାଇରାଲ୍ ହୋଇଯାଇଥିଲା। ଏପରିକି ସୁଜାତା କାର୍ତ୍ତିକେୟନ ଅାଇଏଏସ୍ ଚାକିରିରୁ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିବା ଚର୍ଚ୍ଚା ହୋଇଥିଲା। ହେଲେ ଏହାର କିଛି ସମୟ ପରେ ସାଂସଦ ଶ୍ରୀ ପଟ୍ଟନାୟକ ତାଙ୍କର ଭେରିଫାଏଡ୍‌ ଫେସବୁକ୍ ପେଜ୍‌‌ରେ ଲେଖିଥିଲେ ଯେ ମୋ ଫେସବୁକ୍‌ ଆକାଉଣ୍ଟକୁ ହ୍ୟାକ୍ କରି ଏହି ବିଷୟବସ୍ତୁ ପୋଷ୍ଟ କରାଯାଇଛି ଏବଂ ଏହା ଉପରେ ମୋର ଅନୁସନ୍ଧାର ଜାରି ରହିଛି। ଦୟାକରି ଏହାକୁ ଗୁରୁତ୍ବ ନଦେବା ଲାଗି ଅନୁରୋଧ।

ବିଜେଡିର ଆଇଟି ଶାଖା ମୁଖ୍ୟ ଭାବେ କାର୍ଯ୍ୟ କରିଥିବା ସାଂସଦ ପଟ୍ଟନାୟକଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହେବା ଯେତିକି ଚର୍ଚ୍ଚାର ପ୍ରସଙ୍ଗ ତା’ଠାରୁ ଅଧିକ ବିତର୍କର ବିଷୟ ହେଉଛି ଫେସ୍‌ବୁକ୍‌ରେ ସୁଜାତା ଆର୍‌. କାର୍ତ୍ତିକେୟନ୍ ଫ୍ୟାନ୍ କ୍ଲବ୍ କିଏ ଖୋଲିଛି। ଏଥିରେ କିଏ ଏହିଭଳି ଗୁଜବ ପୋଷ୍ଟିଂ କଲା? ରାଜ୍ୟ‌ର ଜଣେ ଗୁରୁତ୍ବପୂର୍ଣ୍ଣ ପଦବିରେ ଥିବା ଅଧିକାରୀଙ୍କ ନାଁରେ ଫ୍ୟାନ୍‌କ୍ଲବ୍ ପେଜ୍ ଖୋଲି ଏଭଳି ଅପପ୍ରଚାର କରାଯାଉଥିବା ବେଳେ ଏହା ତାଙ୍କ ଦୃଷ୍ଟିକୁ ଆସିଛି ନା ନାହିଁ? ଏନେଇ ସାଇବର ଥାନାରେ ଅଭିଯୋଗ ହୋଇଛି ନା ନାହିଁ? କାହିଁକି ସରକାର ଏଭଳି ଚୁପ୍ ବସିଛନ୍ତି। ସେହିଭଳି ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍‌ଙ୍କ ନାମରେ ମଧ୍ୟ ଫ୍ୟାନ୍ କ୍ଲବ୍ ଖୋଲାଯାଇଛି। ଏଭଳି ପ୍ରଚାର ପାଇଁ ସଂପୃକ୍ତ ଅଧିକାରୀ ଅନୁମତି ଦେଇଛନ୍ତି ନା ନାହିଁ, ଏହା ସରକାରଙ୍କ କାର୍ଯ୍ୟବିଧି ପରିଚାଳନା ନିୟମକୁ ଉଲ୍ଲଂଘନ କରୁଛି କି ନାହିଁ; ଯଦି ହେଉଥାଏ, ତେବେ ମୁଖ୍ୟ ସଚିବ କାହିଁକି ନିରବ ରହିଛନ୍ତି, ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଲାଣି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।