ଦେଶ ବିଦେଶ ପର୍ଯ୍ୟଟନ ସ୍ପେଶାଲ ରିପୋର୍ଟ

ଅଭେଦ୍ୟ ଦୁର୍ଗ ‘ମୁରୁଡ଼ ଜ˚ଜିରା’

ଆମ ଦେଶରେ ମାତ୍ର ଅଳ୍ପ କେତେଟି ଦୁର୍ଗ ଅଛି, ଯେଉଁଗୁଡ଼ିକ ଯୁଗ ଯୁଗ ଧରି ଅଭେଦ୍ୟ ରହିପାରିଥିଲା। ସେଥିରୁ ଗୋଟିଏ ହେଲା ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଉପକୂଳବର୍ତ୍ତୀ ମୁରୁଡ଼ଠାରେ ଥିବା ମୁରୁଡ଼-ଜ˚ଜିରା। ‘ଜ˚ଜିରା’ ଶବ୍ଦଟି ଅରବୀ ଶବ୍ଦ ‘ଜଜିରା’ରୁ ଆସିଛି; ଏହାର ଅର୍ଥ ଦ୍ବୀପ। ଏହି ଦୁର୍ଗକୁ ଆକ୍ରମଣ ଦ୍ବାରା କେହି କେବେ ଅଧିକାର କରିଥିବା ଜଣାଯାଏନାହିଁ। ମୁସଲମାନ ଆକ୍ରମଣକାରୀଙ୍କୁ ବାଧା ଦେବା ପାଇଁ ୧୪୯୨ରେ, ପାଣି ଭିତରେ ଏହାକୁ ତିଆରି କରାଇଥିଲେ କୋ˚କଣ ଅଞ୍ଚଳର ଧୀବର ରାଜା- ରାଜା ରାମ ରାଓ ପାଟିଲ। ପାଣି ଭିତରେ ଥିବାରୁ ଏହା ଅଭେଦ୍ୟ ରହିଥିଲା। ମରାଠାମାନେ ଏହାକୁ ଅକ୍ତିଆର କରିବାକୁ ବାରମ୍ବାର ଚେଷ୍ଟାକରି ବିଫଳ ହେଇଥିଲେ। ଶେଷରେ ନିର୍ମାତା ରାଜାଙ୍କ ଜଣେ ବ˚ଶଧରଙ୍କ ସୌଜନ୍ୟରୁ ବୁଝାମଣାକ୍ରମେ ଛତ୍ରପତି ଶିବାଜୀ ମୁରୁଡ଼ ଦୁର୍ଗ ହାସଲ କରିଥିଲେ।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ