ମନୋରଞ୍ଜନ

ଅଭିଷେକଙ୍କ ସ୍ୱପ୍ନ

‘ଅଲ୍ଲୀ କ୍ଲବ୍ ମିଷ୍ଟର ଟିନ୍ ଇଣ୍ଡିଆ’ର ଅଡିସନ୍ ୨୦୧୯ ମେ’ ୧୯ ତାରିଖରେ ଭୁବନେଶ୍ବରରେ ଆୟୋଜିତ ହେଇଥିଲା। ଏଥିରେ ଭାଗନେଇ ଅଭିଷେକ ମହାନ୍ତି ଗ୍ରାଣ୍ଡ ଫିନାଲେ ପର୍ଯ୍ୟାୟରେ ପହଞ୍ଚିଥିଲେ। ପରେ ଅଲ୍ଲୀ କ୍ଲବରେ ପହଞ୍ଚି ସେ ଟାଇଟଲ୍ ହାସଲ କରିଥିଲେ। ଏହାପରେ ଅଭିଷେକ ‘ମିଷ୍ଟର ପ୍ରିନ୍ସ ଚାର୍ମିଙ୍ଗ୍ ଅଫ୍ ଓଡ଼ିଶା’, ‘ମିଷ୍ଟର ଭୁବନେଶ୍ବର’ ଟାଇଟଲ୍ ମଧ୍ୟ ଅକ୍ତିଆର କରିଥିଲେ। ଏତିକିବେଳେ ତାଙ୍କୁ ଦୁଇଟି ମ୍ୟୁଜିକ୍ ଭିଡିଓ ‘ବେଚାରା ଦିଲ୍’, ‘ହେଇଯା ମୋ ଦିୱାନୀ’ରେ ସୁଯୋଗ ମିଳିଥିଲା। ନିକଟରେ ଭୁବନେଶ୍ବରରେ ଅନୁଷ୍ଠିତ ହେଇଥିବା ଅଲ୍ଲୀ କ୍ଲବ୍‌ ଟିନ୍ ଇଣ୍ଡିଆ ଅଡିସନ୍‌ରେ ସମ୍ବିତା ବୋଷ, ସୁପର ମଡେଲ୍ ସ୍ବପ୍ନା ପ୍ରିୟଦର୍ଶିନୀ, ମଡେଲ୍ ମିଲନ୍ ପଣ୍ଡାଙ୍କ ସହ ବିଚାରକ ଆସନରେ ବସିଥିଲେ ଅଭିଷେକ ମହାନ୍ତି। ଏହାର ଗ୍ରାଣ୍ଡ ଫିନାଲେ ଦିଲ୍ଲୀରେ ଆସନ୍ତା ଅକ୍ଟୋବରରେ ଅନୁଷ୍ଠିତ ହେବ। ଅଭିଷେକଙ୍କ ସ୍ବପ୍ନ ମଡେଲିଂ ଓ ଅଭିନୟ ଦୁନିଆରେ ନିଜକୁ ପ୍ରତିଷ୍ଠିତ କରିବା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ