ଦେଶ ବିଦେଶ ମନୋରଞ୍ଜନ

ଅଭିଷେକଙ୍କ ପୂର୍ବରୁ ଅଜୟଙ୍କ ପ୍ରେମରେ ପଡିଥିଲେ କରିସ୍ମା, ଜାଣନ୍ତୁ କିପରି ହେଲା ବ୍ୟବସାୟଙ୍କ ସହ ବିବାହ

ମୁମ୍ବାଇ ୨୫।୦୬: ୯୦ ଦଶକର ଜଣେ ପ୍ରମୁଖ ଅଭିନେତ୍ରୀ କରିସ୍ମା କପୁର । ଯାହାର ନାମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ୍‌ ଚର୍ଚ୍ଚାରେ ଥାଏ। କପୁର ପରିବାରର ଝିଅ କିନ୍ତୁ କରିସ୍ମା ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କେବଳ ସୌନ୍ଦର୍ଯ୍ୟରେ ନୁହେଁ ବରଂ ଅଭିନୟ ଏବଂ ନୃତ୍ୟରେ ମଧ୍ୟ କାହାଠାରୁ କମ୍ ନୁହଁନ୍ତି। ଖୁବ୍ କମ୍ ବୟସରେ ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାରିଅର୍ କରିବା ପାଇଁ ପାଠପଢା ଛାଡିଥିଲେ।

୧୯୯୧ ମସିହାରେ ଚଳଚ୍ଚିତ୍ର ‘ପ୍ରେମ କଏଦି’ରୁ ବଲିଉଡରେ ଡେବ୍ୟୁ କରିଥିଲେ । ୧୯୯୨ ମସିହାରେ ସେ ସଫଳ ଚଳଚ୍ଚିତ୍ର ‘ଜିଗର’ରେ ଲୋକପ୍ରିୟତା ହାସଲ କରିଥିଲେ । ଅଭିନେତ୍ରୀ ତାଙ୍କ ଚମତ୍କାର କ୍ୟାରିୟରରେ ଗୋଟିଏ ପରେ ଗୋଟି ହିଟ୍ ଫିଲ୍ମ ଦେଇଥିଲେ, ଯେଉଁ କାରଣରୁ କରିସ୍ମା ଆଜି ମଧ୍ୟ ତାଙ୍କ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ସେ ଗୋଟିଏ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଚାରୋଟିରୁ ଅଧିକ ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି ।

କିନ୍ତୁ ଅଭିନେତ୍ରୀ କ୍ୟାରିୟରର ଶୀର୍ଷରେ ପହଞ୍ଚିବା ସମୟରେ ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ବିବାହ କରି ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲେ। ସେ ତାଙ୍କ ଫିଲ୍ମ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଜୀବନ ଯୋଗୁଁ ଖୁବ୍‌ ଚର୍ଚ୍ଚାରେ ରହିଆସିଛନ୍ତି। କୁହାଯାଉଛିକି ସଞ୍ଜୟ କପୁରଙ୍କ ପୂର୍ବରୁ ମଧ୍ୟ ତାଙ୍କ ଜୀବନରେ ଦୁଇ ଜଣ ନାମୀଦାମି କଳାକାର ଆସିଥିଲେ। ଆଜି କରିସ୍ମା ତଥା ଲୋଲୋ ତାଙ୍କର ୪୮ ତମ ଜନ୍ମ ଦିନ ପାଳନ କରୁଛନ୍ତି। ଚାଲନ୍ତୁ ଜାଣିବା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ…

ଅଜୟ ଦେବଗନ ଓ କରିସ୍ମାଙ୍କ କାହାଣୀ କେବଳ ଅଳ୍ପ ଲୋକ ଜାଣନ୍ତି। ଅନେକ ଲୋକ ଜାଣନ୍ତି ନାହିଁ ଯେ ଏପରି ଏକ ସମୟ ଥିଲା ଯେତେବେଳେ କରିସ୍ମା ଏବଂ ଅଜୟ ପରସ୍ପରକୁ ଡେଟ୍‌ କରୁଥିଲେ। କରିସ୍ମାଙ୍କ କ୍ୟାରିଅର୍ ଯେତେବେଳେ ଶୀର୍ଷରେ ଥିଲା ସେହି ସମୟରେ ଅଭିନେତ୍ରୀ ଅଜୟ ଦେବଗନଙ୍କ ପ୍ରେମରେ ପଡିଥିଲେ। କିଛି ଫିଲ୍ମରେ ଏକାଠି କାମ ମଧ୍ୟ କରିଛନ୍ତି। କିନ୍ତୁ ହଠାତ୍‌ ମଝିରେ ଅଜୟଙ୍କ ନାମ ରବିନା ଟଣ୍ଡନଙ୍କ ଯୋଡା ଗଲା। ଏହା ପରେ କରିସ୍ମା-ଅଜୟଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା

ଏହା ପରେ କରିସ୍ମା ଏବଂ ଅଭିଷେକ ବଚ୍ଚନଙ୍କ ନାମ ଏକାଠି ଶୁଣିବାକୁ ମିଳିଲା । ଦୁହେଁ ପରସ୍ପରକୁ ଭଲ ପାଉଥିଲେ ଏବଂ ବିବାହ କରିବାକୁ ଚାହୁଁଥିଲେ। ସେହି ସମୟରେ କରିସ୍ମା ବଲିଉଡର ଜଣେ ସୁପରହିଟ୍ ଅଭିନେତ୍ରୀ ଥିଲେ ଏବଂ ଅଭିଷେକ ଫିଲ୍ମ ଦୁନିଆରେ ମଧ୍ୟ ପାଦ ଦେଇ ନଥିଲେ। ହଠାତ୍‌ ୨୦୦୨ରେ କରିସ୍ମା ଏବଂ ଅଭିଷେକଙ୍କ ବିବାହ ଘୋଷଣା କରାଯାଇଥିଲା।

ଅମିତାଭ ବଚ୍ଚନଙ୍କ ଜନ୍ମଦିନରେ କରିସ୍ମା ଏବଂ ଅଭିଷେକଙ୍କର ନିର୍ବନ୍ଧ ହୋଇଥିଲା । ହେଲେ ଏହା ଅଧିକ ଦିନ ତିଷ୍ଠି ପାରି ନଥିଲା । ପାଞ୍ଚ ମାସ ପରେ, ସେମାନଙ୍କର ସମ୍ପର୍କ ଭାଙ୍ଗିଗଲା। ଏହା ପରେ ବ୍ୟବସାୟୀ ସଞ୍ଜୟ କପୁର କରିସ୍ମାଙ୍କ ଜୀବନରେ ଏଣ୍ଟ୍ରି କରିଥିଲେ ଏବଂ ଉଭୟ ପାରମ୍ପାରିକ ଶିଖ୍ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ଦୁହେଁ ନିଜ ଦାମ୍ପତ୍ୟ ଜୀବନରେ ଖୁସି ଥିଲେ । ବିବାହ ପରେ ଦୁଇଟି ପିଲା ହୋଇଥିଲେ । ହେଲେ ବିବାହର ୧୩ ବର୍ଷ ପରେ ଉଭୟ ଛାଡପତ୍ର ନେଇଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ