ଦେଶ ବିଦେଶ ମନୋରଞ୍ଜନ

ଅଭିନୟ ଦୁନିଆରୁ ସନ୍ୟାସ ନେଲେ ଆମୀର ଖାନଙ୍କ ଭଣଜା ତଥା ବଲିଉଡ୍‌ ଅଭିନେତା ଇମ୍ରାନ ଖାନ

ମୁମ୍ବାଇ: ଅଭିନୟ ଦୁନିଆରୁ ସନ୍ୟାସ ନେଇଛନ୍ତି ଆମୀର ଖାନଙ୍କ ଭଣଜା ତଥା ବଲିଉଡ୍‌ ଅଭିନେତା ଇମ୍ରାନ ଖାନ। ୨୦୦୮ ମସିହାରେ ‘ଜାନେ ତୁ ୟା ଜାନେନା’ ଚଳଚ୍ଚିତ୍ର ଜରିଆରେ ଅଭିନୟ ଜୀବନ ଆରମ୍ଭ କରି ଦର୍ଶକଙ୍କୁ ନିଜର ଚମତ୍କାର ଅଭିନୟ ଜରିଆରେ ମନ୍ତ୍ରମୁଗ୍ଧ କରିଥିବା ଇମ୍ରାନ ସନ୍ନ୍ୟାସ ନେଇଥିବା କଥା ତାଙ୍କ ବନ୍ଧୁ ଖୁଲାସା କରିଛନ୍ତି। ୨୦୧୫ ମସିହାରେ ଚଳଚ୍ଚିତ୍ର ‘କଟ୍ଟି ବଟ୍ଟି’ ଜରିଆରେ ଦର୍ଶକଙ୍କର ଆଉ ଟିକେ ନିକଟତର ହୋଇଥିଲେ ଇମ୍ରାନ। ତା’ପରେ ଇମ୍ରାନ ଆଉ ଚଳଚ୍ଚିତ୍ରରେ ଅଭିନୟ କରିନାହାନ୍ତି।

ଇମ୍ରାନଙ୍କ ପ୍ରିୟ ବନ୍ଧୁ ଅକ୍ଷୟ ଓବରଏ ଇମ୍ରାନ ଅଭିନୟ ଛାଡ଼ିଥିବା ସୂଚନା ଦେଇଛନ୍ତି। ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି, ‘ବଲିଉଡ୍‌ରେ ମୋର ସବୁଠାରୁ ପ୍ରିୟ ବନ୍ଧୁ ଇମ୍ରାନ ଆଉ ଅଭିନେତା ହୋଇ ନାହାନ୍ତି, କାରଣ ସେ ଅଭିନୟ ଛାଡ଼ି ସାରିଛନ୍ତି। ଇମ୍ରାନ ମୋର ଏତେ ନିକଟତମ ବନ୍ଧୁ ଯେ ତାଙ୍କୁ ମୁଁ ସକାଳ ୪ଟାରେ ଉଠି କଲ୍ କରିପାରିବି। ମୁଁ ଏବଂ ଇମ୍ରାନ ପ୍ରାୟ ୧୮ ବର୍ଷ ଧରି ପରସ୍ପର ସହିତ ଅଛୁ, ଆମେ ପଶ୍ଚିମ ଅନ୍ଧେରୀରେ ଥିବା କିଶୋର ଆକ୍ଟିଂ ସ୍କୁଲରେ ଏକାଠି ଅଭିନୟ ଅଧ୍ୟୟନ କରିଥିଲୁ।’

ସେ ଆହୁରି ବି କହିଛନ୍ତି ଯେ ଇମ୍ରାନଙ୍କ ଭିତରେ ଜଣେ ଭଲ ଲେଖକ ଓ ନିର୍ଦ୍ଦେଶକ ଲୁଚି ରହିଛି। ସେ କେବେ ତାଙ୍କ ଲୁକାୟିତ ପ୍ରତିଭାକୁ ସାମ୍ନାକୁ ଆଣି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ସେ ଦିନକୁ ଅପେକ୍ଷା ରହିଛି ବୋଲି ଅକ୍ଷୟ ଓବରଏ କହିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ