ଦେଶ ବିଦେଶ ମନୋରଞ୍ଜନ

ଅଭିନୟକୁ ବାଏ ବାଏ କହିଲେ ଇମରାନ୍ ଖାନ୍ : ଘନିଷ୍ଠ ବନ୍ଧୁ କଲେ ଆମୀରଙ୍କ ଭଣଜାଙ୍କ ପ୍ଲାନ୍‌ର ଖୁଲାସା

ମୁମ୍ବାଇ ୧୮/୧୧: ଅଭିନେତା ଆମୀର ଖାନଙ୍କ ଭଣଜା ଏବଂ ଦିଲ୍ଲୀ ବେଲି ଭଳି ଫିଲ୍ମରେ କାମ କରି ସାରିଥିବା ଇମରାନ୍ ଖାନ୍ ଅଭିନୟ ଛାଡ଼ିବାର ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ଦିନରୁ ବଡ଼ ପରଦାରୁ ଦୂରେଇ ଯାଇଥିବା ଇମରାନ୍ ଖାନ୍ ଶେଷରେ ଅଭିନୟକୁ ଅଲବିଦା କହିଛନ୍ତି।

ଇମରାନଙ୍କ ଘନିଷ୍ଠ ବନ୍ଧୁ ଏବଂ ଅଭିନେତା ଅକ୍ଷୟ ଓବରୟ ଏକ ସାକ୍ଷାତକାରରେ ଏବିଷୟରେ କହିଛନ୍ତି। ସେ କହିଛନ୍ତି ଯେ ଇମରାନ୍ ଖାନ୍ ଏବେ ଅଭିନୟ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସେ କହିଛନ୍ତି ଯେ ,‘ତାଙ୍କ ଘନିଷ୍ଠ ବନ୍ଧୁ ଇମରାନ୍ ଖାନ୍ ଏବେ ଆଉ ଅଭିନେତା ନାହାନ୍ତି। ସେ ଅଭିନୟ ଛାଡ଼ି ଦେଇଛନ୍ତି। ସେ ତାଙ୍କର ସବୁଠାରୁ ଘନିଷ୍ଠ ବନ୍ଧୁ। ସେ ତାଙ୍କୁ ସକାଳ ୪ଟାବେଳେ ମଧ୍ୟ ଫୋନ୍ କରି କଥା​‌ ହୋଇପାରିବେ। ସେମାନେ ପରସ୍ପରକୁ ୧୮ବର୍ଷରୁ ଜାଣିଛନ୍ତି।

ଇମରାନଙ୍କ ଭବି​ଷ୍ୟତ ଯୋଜନାକୁ ନେଇ ମଧ୍ୟ ଅକ୍ଷୟ ସିଧା ଜବାବ ଦେଇଛନ୍ତି। କିନ୍ତୁ ଅକ୍ଷୟଙ୍କ ପୂରା ଆଶା ରହିଛି ଯେ ଇମରାନ୍ ଏବେ ଅଭିନୟ ଛାଡ଼ି ନିର୍ଦେଶନା ଜଗତରେ ପାଦ ଥାପି ପାରନ୍ତି।

ଅକ୍ଷୟଙ୍କ କହିବା ଅନୁସାରେ ଇମରାନ୍ ସିନେମାକୁ ଭଲ ଭାବେ ବୁଝିଛନ୍ତି। ଏପରି କ୍ଷେତ୍ରରେ ସେ ନିଜର ମଧ୍ୟ ଯେ କୌଣସି ଫିଲ୍ମ ନିର୍ଦେଶନା ଦେଇ ପାରିବେ। କିନ୍ତୁ କିଛି ଦିନ ଯାଏଁ ଇମରାନ୍ ରଙ୍ଗମଞ୍ଚଠୁ ଦୂରେଇ ରହିବେ।

ଅକ୍ଷୟଙ୍କ ମତରେ ଫ୍ଲପ୍ ଫିଲ୍ମ ସମସ୍ତଙ୍କ କ୍ୟାରିୟରରେ ଥାଏ। ଇମରାନ ଖାନ୍ ମଧ୍ୟ ଅନେକ ଫିଲ୍ମରେ କାମ କରିଛନ୍ତି। ଅନେକ ଫିଲ୍ମ ଚାଲିଲା ଏବଂ ଆଉ କେତେକ ସୁପର ଫ୍ଲପ୍ ହୋଇଥିଲା। ଏପରି କ୍ଷେତ୍ରରେ ସେ ଏହାକୁ ଇମରାନଙ୍କ ଅସଫଳତା ଭାବେ ଦେଖନ୍ତି ନାହିଁ।

ଇମରାନ୍ ଖାନଙ୍କୁ ଶେଷ ଥର ଫିଲ୍ମ କଟ୍ଟି ବଟ୍ଟିରେ ଦେଖାଯାଇଥିଲା। ଏଥିରେ ସେ କଙ୍ଗନା ରଣୌତଙ୍କ ସହ କାମ କରିଥିଲେ। ଏହା ବ୍ୟତୀତ ଇମରାନ୍ ଜାନେ ତୁ ୟା ଜାନେ ନା, ବ୍ରେକ୍ କେ ବାଦ,ମଟରୁ କା ବିଜଲି କା ମାଣ୍ଡୋଲା,ଏକ ମେଁ ଔର ଏକ ତୁ, ମେରେ ବ୍ରଦର କି ଦୁଲହନ,ଓ୍ବାନସ୍ ଅପନ ଏ ଟାଇମ୍ ଇନ୍ ମୁମ୍ବାଇ,କିଡନ୍ୟାପ୍,ଲକ୍,ଆଇ ହେଟ୍ ଲଭ ଷ୍ଟୋରୀ ଭଳି ଫିଲ୍ମରେ କାମ କରିଛନ୍ତି। ତାଙ୍କ ଅଭିନୟକୁ ଫିଲ୍ମ ଦିଲ୍ଲୀ ବେଲିରେ ଅଧିକ ପସନ୍ଦ କରାଯାଇଥିଲା।

ଇମରାନ୍ ଶିଶୁ କଳାକାର ଭାବେ ଆମୀର ଖାନଙ୍କ ଫିଲ୍ମ କୟାମତ ସେ କୟାମତ ତକ ଏବଂ ଜୋ ଜିତା ଓ୍ବହି ସିକନ୍ଦରରେ କାମ କରିଥିଲେ। ଏହା ପରେ ସେ ୨୦୦୮ମସିହାରେ ଡେବ୍ୟୁ କରିଥିଲେ ଏବଂ ୨୦୧୫ଯାଏଁ ସକ୍ରିୟ ରହିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ