ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଅଭିନେତ୍ରୀ ହେଲେନ୍‌ ମାକକ୍ରୋରୀଙ୍କ ପରଲୋକ: ‘ହ୍ୟାରି ପୋଟର’ ଏବଂ ‘ଜେମ୍ସ ବଣ୍ଡ’ରେ ଦେଖାଇଥିଲେ ଦମ୍‌

ନୂଆଦିଲ୍ଲୀ ୧୭/୪: ପରଲୋକରେ ହଲିଉଡ୍‌ ଅଭିନତ୍ରୀ ହେଲେନ୍‌ ମାକକ୍ରୋରୀ। କର୍କଟରେ ପୀଡ଼ିତ ଥିବା ହେଲେନ୍‌ ୫୨ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ହେଲେନଙ୍କ ମୃତ୍ୟୁ ନେଇ ତାଙ୍କ ସ୍ବାମୀ ଡ୍ୟାମିୟନ୍‌ ଲୁଇସ୍‌ ସୋସିଆଲ୍‌ ମିଡିଆରେ ସୂଚନା ଦେଇଛନ୍ତି।

ଲୁଇସ୍‌ ହେଲେନଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇ ଟ୍ବିଟ୍‌ରରେ ଲେଖିଛନ୍ତି, ‘ଅତ୍ୟନ୍ତ ଦୁଃଖର ସହ ଆପଣମାନଙ୍କୁ କହିବାକୁ ପଡ଼ୁଛି କ୍ୟାନସର ସହ ଲଢ଼ୁଥିବା ହେଲେନ୍‌ ମାକକ୍ରୋରୀଙ୍କ ନିଧନ ହୋଇଯାଇଛି। ନିଜ ପରିବାର ଏବଂ ବନ୍ଧୁମାନଙ୍କ ଗହଣରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଆମେ ସବୁ ଭାଗ୍ୟାଶାଳୀ କାରଣ ଆମେମାନେ ଶେଷ ମୁହୂର୍ତ୍ତରେ ତାଙ୍କ ସହ ରହିଥିଲୁ। ସେ ଜଣେ ଉଦୀୟମାନ ତାରକା ଥିଲେ।’

ହେଲେନ୍‌ ଜଣେ ବହୁ ଲୋକପ୍ରିୟ ହଲିଉଡ୍‌ ଅଭିନେତ୍ରୀ ଥିଲେ। ସେ ହ୍ୟାରି ପୋଟର ଏବଂ ଜେମ୍ସ ବଣ୍ଡ ଫିଲ୍ମ ସ୍କାଏଫଲ୍‌ରେ ଅଭିନୟ କରିଥିଲେ। ଏହା ବ୍ୟତୀତ ହେଲେନ ‘ପିକି ବ୍ଲାଇଁଡର୍ସ’ରେ ପୋଲି ଗ୍ରେ ଭୂମିକାରେ ଦର୍ଶକଙ୍କ ମନ କିଣିଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ