ନୂଆଦିଲ୍ଲୀ ୦୯।୦୪ : ନିକଟରେ ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ପରିବାରରୁ ଏକ ବଡ ଖବର ସାମ୍ନାକୁ ଆସିଛି। ସୋନମ ଏବଂ ଆନନ୍ଦ ଅହୁଜାଙ୍କ ଦିଲ୍ଲୀ ସ୍ଥିତ ଘରେ କୋଟି କୋଟି ଟଙ୍କା ଚୋରି ହୋଇଥିବା ନେଇ କୁହାଯାଉଛି। ଆନନ୍ଦଙ୍କ ଜେଜେମା ସରଲା ଅହୁଜା ତୁଗଲାକ୍ ରୋଡ୍ ପୋଲିସ୍ ନିକଟରେ ଅଭିଯୋଗ କରିବାବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା। ବର୍ତ୍ତମାନ ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଘଟଣା ଫେବୃଆରୀରେ ସୋନମଙ୍କ ଶାଶୁ ଘରେ ଘଟିଥିଲା। ସୋନମଙ୍କ ଶାଶୁ ସରଲାଙ୍କ ମ୍ୟାନେଜର ରିତେଶ ଗୌରା ନିଜେ ଫେବୃଆରୀ ୨୩ରେ ଦିଲ୍ଲୀର ତୁଗଲକ ରୋଡ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ସେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ତାଙ୍କ ଘରର ଆଲମିରାରୁ ୧.୪୧ କୋଟି ଟଙ୍କା ମୂଲ୍ୟର ଅଳଙ୍କାର ଏବଂ ୧ ଲକ୍ଷ ଟଙ୍କା ନଗଦ ଟଙ୍କା ଚୋରି ହୋଇଛି। ସରଲା ଆହୁଜା ପ୍ରାୟ ଦୁଇ ବର୍ଷ ପରେ ଫେବୃଆରୀ ୧୧ରେ ତାଙ୍କ ଆଲମାରୀରେ ଥିବା ଅଳଙ୍କାର ଯାଞ୍ଚ କରିଥିଲେ। ତା’ପରେ ସେ ଜାଣିବାକୁ ପାଇଲେ ଯେ ସମସ୍ତ ମୂଲ୍ୟବାନ ଅଳଙ୍କାର ଏବଂ ନଗଦ ତାଙ୍କ ଆଲମାରୀରେ ନାହିଁ । ଏହା ପରେ ସେ ଫେବୃଆରୀ ୨୩ରେ ଥାନକୁ ଯାଇ ଅଭିଯୋଗ କରିଥିଲେ।
ଏହି ଘଟଣାକୁ ଆଧାର କରି ବର୍ତ୍ତମାନ ପୋଲିସ ମାମଲା ରୁଜୁ କରି ଗମ୍ଭୀରତା ସହ ତଦନ୍ତ କରୁଛି। ଅନୁସନ୍ଧାନ ପାଇଁ ଅନେକ ଦଳ ମଧ୍ୟ ଗଠନ କରାଯାଇଛି ବୋଲି ଜଣାପଡିଛି। ଏହା ବ୍ୟତୀତ ଘରର ୨୫ ଜଣ ଚାକର, ୯ଜଣ ଯତ୍ନ ନେଉଥିବା ବ୍ୟକ୍ତି, ଡ୍ରାଇଭର ଏବଂ ବଗିଚାର ମାଳି ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ପଚରାଉଚୁରା ଚାଲିଛି ।