ମନୋରଞ୍ଜନ

ଅଭିନେତ୍ରୀ ସୁଧା ଚନ୍ଦ୍ରନଙ୍କ ପିତା ଅଭିନେତା କେ.ଡି ଚନ୍ଦ୍ରନଙ୍କ ଦେହାନ୍ତ, ହୃଦଘାତରେ ପରଲୋକ

ନୂଆଦିଲ୍ଲୀ ୧୬/୫: ପରଲୋକରେ ଅଭିନେତ୍ରୀ ସୁଧା ଚଦ୍ରନଙ୍କ ପିତା ତଥା ବରିଷ୍ଠ ଅଭିନେତା କେ.ଡି ଚନ୍ଦ୍ରନ । ୮୬ ବର୍ଷୀୟ ଏହି ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏହି ଅଭିନେତା । ଆଜି ସକାଳେ ତାଙ୍କୁ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡିଯାଇଛି । ପିତାଙ୍କ ମୃତ୍ୟୁ ପରେ ଅଭିନେତ୍ରୀ ସୁଧା ଚନ୍ଦ୍ରନ କହିଛନ୍ତି କି, ଗତ କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ରହୁନଥିଲା ।

ତାଙ୍କୁ ଡିମୋସିଆ ଅର୍ଥା ଭୁଲିଯିବା ରୋଗ ହୋଇଥିଲା । ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବରିଷ୍ଠ ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚିଲିଥିଲା । ଅନେକ ଫିଲ୍ମରେ ଅଭିନୟ କରିଛନ୍ତି କେ.ଡି ଚନ୍ଦ୍ରନ । କୋୟି ମିଲ ଗୟା, ଚାଇନା ଗେଟ୍, କାଲ, ହମ ହେ ରାହି ପ୍ୟାର କେ, ତେରେ ମେରେ ସପନେ, ହର ଦିଲ ଜୋ ପ୍ୟାର କରେଗା ଭଳ ସିନେମାରେ ସେ ବଳିଷ୍ଠ ଅଭିନୟ କରିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ