ରାଜ୍ୟ

ଅଭିନେତ୍ରୀ-ଲେଖିକା ବିବାଦ: ବନସ୍ମିତାଙ୍କ ଅଭିଯୋଗ ପରେ ମୌସୁମୀ ନାୟକ ଗିରଫ

ଭୁବନେଶ୍ବର: ଲେଖିକାଙ୍କୁ ବ୍ଲାକମେଲିଂ କରିବା, ଟଙ୍କା ଦେବା ପାଇଁ ଧମକଚମକ ଦେବା; ଏମିତିକି ଲୋକ ଲଗାଇ ଗାଡ଼ିରେ ପିଛା କରିବା ଭଳି ସଂଗୀନ ଅଭିଯୋଗରେ ଇନ୍‌ଫୋସିଟି ଥାନା ପୁଲିସ ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଗିରଫ କରିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ କମିଶନରେଟ ପୁଲିସ ମାମଲା ରୁଜୁ କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସୂଚନା ମୁତାବକ, ଟଙ୍କା ନେଣଦେଣକୁ ନେଇ ଲେଖିକା ବନସ୍ମିତା ପତି ଓ ଅଭିନେତ୍ରୀ ମୌସୁମୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଉଭୟ ଥାନାରେ ଦ୍ବାରସ୍ଥ ହେବାପରେ ଘଟଣା ପଦାକୁ ଆସିଥିଲା। ଅଭିଯୋଗ ଥିଲା ଯେ ପାଖାପାଖି ୬ମାସ ତଳେ ମୌସୁମୀ ପୁଞ୍ଜିନିବେଶ ପାଇଁ ବନସ୍ମିତାଙ୍କୁ ୫ଲକ୍ଷ ୮୦ହଜାର ଟଙ୍କା ଦେଇଥିଲେ। ‌କିଛି ମାସ ପରେ କୌଣସି କାରଣକୁ ନେଇ ସେ ଟଙ୍କା ଫେରସ୍ତ ନେଇଯାଇଥ‌ିଲେ। ସମସ୍ତ ଟଙ୍କା ଫେରସ୍ତ ନେଇଥିଲେ ବି ଅଧିକ ଟଙ୍କା ଫେରସ୍ତ ପାଇଁ ବନସ୍ମିତାଙ୍କୁ କହିଥିଲେ। କିନ୍ତୁ ସେଥିପାଇଁ ବନସ୍ମିତା ରାଜି ନହେବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ମୌସୁମୀ ବିଭିନ୍ନ ସମୟରେ ବନସ୍ମିତାଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରିଥିଲେ। ଏନେଇ ବନସ୍ମିତା ଏନ୍‌ଫୋସିଟି ଥାନାର ଦ୍ବାରସ୍ଥ ହୋଇଥିଲେ। ଥାନାରେ ଅଭିଯୋଗ ପରେ ପୁଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡ଼କାଇଥିଲା। ଆଲୋଚନା ପରେ ଉଭୟଙ୍କ ସହମତିରେ ପୁଲିସ ମୌସୁମିଙ୍କୁ ଛାଡ଼ିଥିଲା।

ତେବେ ଏତିକିରେ ଅଟକି ନଥିଲା ମାମଲା। କିଛିଦିନ ପରେ ମୌସୁମୀ ମଧ୍ୟ ବନସ୍ମିତାଙ୍କ ବିରୋଧରେ ଚନ୍ଦକା ଥାନାରେ ଅଭିଯୋଗ ଆଣିଥିଲେ। ତାଙ୍କ ଟଙ୍କା ଫେରାଉନଥିବା ଏବଂ ଟଙ୍କା ମାଗିବାରୁ ବିଭିନ୍ନ ସମୟରେ ଧମକ ଚମକଦେବା, ବ୍ଲାମେଲିଂ କରିବା ଓ ସୋସିଆଲ୍‌ ମିଡିଆରେ ତାଙ୍କ ଚରିତ୍ର ସଂହାର କରିବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ। ପରବର୍ତ୍ତୀ ସମୟରେ ବନସ୍ମିତା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ବୋଲି କହିବା ସହ ପାଲଟା ମୌସୁମୀ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ହତ୍ୟା ଧମକ ଦେଉଥିବା କହିଥିଲେ। ଲୋକ ଲଗାଇ ତାଙ୍କୁ ପିଛା କରାଯାଉଥିବାରୁ ତାଙ୍କ ଜୀବନପ୍ରତି ବିପଦ ଥିବା ମଧ୍ୟ ଅଭିଯୋଗ କରିଥିଲେ। କୋର୍ଟଙ୍କ ନିର୍ଦେଶ ପରେ ଆଜି ଇନ୍‌ଫୋସିଟି ଥାନା ପୁଲିସ ମୌସୁମୀଙ୍କୁ ଚନ୍ଦକା ସ୍ଥିତ ଆପାର୍ଟମେଣ୍ଟରୁ ଗିରଫ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।