ଅପରାଧ ରାଜ୍ୟ

ଅଭିନେତ୍ରୀ ମୃତ୍ୟୁ ଘଟଣାରେ ନୂଆ ମୋଡ଼ : ତିନି ମାସର ଗର୍ଭବତୀ ଥିଲେ ରଶ୍ମିରେଖା, ପୁରୁଷ ବନ୍ଧୁ ଫେରାର

ଭୁବନେଶ୍ୱର ୨୩।୦୬: ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ଘଟଣାରେ ନୂଆ ତଥ୍ୟ ସାମନାକୁ ଆସିଛି । କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଏକ ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି ରଶ୍ମିରେଖା ୩ ମାସର ଗର୍ଭବତୀ ଥିଲେ । ଯାହାକି ଘଟଣାକୁ ଭିନ୍ନ ମୋଡ଼ ଦେଇଛି । ଏହି ଖବର ଜଣାପଡ଼ିବା ପରେ ପୁଲିସ୍‌କୁ ସହଯୋଗ କରୁଥିବା ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ଫେରାର ହୋଇଯାଇଛନ୍ତି । ତାଙ୍କୁ ଧରିବା ପାଇଁ ନୂଆପଲ୍ଳୀ ଥାନା ପୁଲିସ୍‌ ୨ଟି ଟିମ୍‌ ଗଠନ କରିଛି ।

ଖବର ଅନୁଯାୟୀ, ଗତ ଶନିବାର ରଶ୍ମିରେଖା ଆତ୍ମହତ୍ୟା କରିଥିଲେ । ରବିବାର ଶବ ବ୍ୟବଚ୍ଛେଦ ହୋଇଥିଲା । ବ୍ୟବଚ୍ଛେଦ ବେଳେ ଜଣାପଡ଼ିଥିଲା ଅଭିନେତ୍ରୀ ରଶ୍ମିରେଖା ୧୨ରୁ ୧୪ ସପ୍ତାହ ଗର୍ଭବତୀ ଥିଲେ । ଏ ସଂପର୍କରେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି । ଉକ୍ତ ରିପୋର୍ଟ ଗୁରୁବାର କମିଶନରେଟ୍‌ ପୁଲିସ୍‌କୁ ହସ୍ତାନ୍ତର କରାଯିବ । ଏହି ଘଟଣା ବିଭିନ୍ନ ଦିଗକୁ ଇଙ୍ଗିତ କରୁଛି । ପୁଲିସ୍‌ ପୂର୍ବରୁ ଦେଇଥିବା ସୂଚନା ମୁତାବକ ରଶ୍ମିରେଖାଙ୍କ ମୃତ୍ୟୁର ୪୫ ଦିନ ପୂର୍ବରୁ ଉଭୟଙ୍କ କୋର୍ଟ ମ୍ୟାରେଜ୍‌ ହୋଇଥିଲା । ସେଥିରୁ ଜଣାପଡୁଛି ରଶ୍ମିରେଖା ଗର୍ଭବତୀ ହେବାପରେ ଜିଦ୍‌ ଧରିଥିଲେ ବିଧିମତେ ବାହା ହେବାକୁ । ତେବେ ପୁରୁଷ ବନ୍ଧୁ ସନ୍ତୋଷ ରାଜି ନଥିଲେ ।

ସେଥିପାଇଁ କୋର୍ଟ ମ୍ୟାରେଜ୍‌ କରି ଥାଇପାରନ୍ତି । ଅନ୍ୟ ପକ୍ଷରେ ଏକାଠି ରହିବା ପରେ ପ୍ରଥମ ପ୍ରେମିକ ରାଜାଙ୍କ ସହ ରଶ୍ମିରେଖାଙ୍କ ମିଳାମିଶା, ଫୋନ୍‌ରେ କଥା ହେବା ସନ୍ତୋଷଙ୍କର ପସନ୍ଦ ନଥିଲା । ସନ୍ତୋଷ ଅନେକ ଥର ରଶ୍ମିରେଖାଙ୍କ ଚରିତ୍ର ସଂହାର କରିଥିଲେ । ଯାହାର କିଛି ଅଡିଓ ପୁଲିସ୍‌ ହାତରେ ଲାଗିଛି । ରଶ୍ମିରେଖା ଗର୍ଭବତୀ ଥାଇ କ’ଣ ପାଇଁ ଆତ୍ମହତ୍ୟା କଲେ ସେ ବିଷୟରେ ପୁଲିସ୍‌ କିଛି ଟେର ପାଇନାହିଁ । ସବୁଠାରୁ ବଡ଼ କଥା ହେଲା ରଶ୍ମିରେଖାଙ୍କ ବାପା ଏ ବିଷୟରେ ଜାଣି ମଧ୍ୟ ପୁଲିସ୍‌କୁ କୌଣସି ସୂଚନା ଦେଇନଥିଲେ ।

ସେପଟେ ସନ୍ତୋଷ ସହ ପୁଲିସ୍‌ ଫୋନ୍‌ରେ ଯୋଗାଯୋଗ କରିଥିଲା । ସେ ରାଉରକେଲାରେ ଥିଲେ ବୋଲି ନୂଆପଲ୍ଲୀ ଥାନା ପୁଲିସକୁ କହିଥିଲେ । ସେ ଥାନାକୁ ଆସି ଏହି ମାମଲାରେ ପୁଲିସକୁ ସହାୟତା କରିବେ ବୋଲି ମଧ୍ୟ କହିଥିଲେ । ହେଲେ ଏବେ ସେ ଫେରାର ହୋଇଯାଇଛନ୍ତି । ତାଙ୍କ ଫୋନ ସ୍ୱିଚ୍‌ ଅଫ୍‌ ଅଛି । ତାଙ୍କର କୌଣସି ପତ୍ତା ମିଳୁନାହିଁ । ଯାହାକୁ ନେଇ ପୁଲିସ୍‌ ପାଇଁ ସମସ୍ୟା ବଢ଼ିଛି । ସନ୍ତୋଷ ଧରାପଡିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍‌ କହିଛି । ଅନ୍ୟ ପକ୍ଷରେ ରାଜା ମଧ୍ୟ ଏପର୍ଯ୍ୟନ୍ତ ଥାନାକୁ ଆସିନାହାନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।