ଦେଶ ବିଦେଶ ମନୋରଞ୍ଜନ

ଅଭିନେତ୍ରୀ ଭିଜେ ଚିତ୍ରା ମୃତ୍ୟୁ ମାମଲା : ସ୍ବାମୀ ହେମନାଥ ଗିରଫ, ସିନେମାରେ ଅନ୍ତରଙ୍ଗ ଦୃଶ୍ୟରେ ଅଭିନୟ ପାଇଁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିଲା ବିବାଦ

ନୂଆଦିଲ୍ଲୀ ୧୫/୧୨: ଦକ୍ଷିଣ ଭାରତୀୟ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ଭିଜେ ଚିତ୍ରା କିଛି ଦିନ ତଳେ ଏକ ହୋଟେଲ ରୁମରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ପ୍ରଥମେ ମୃତ୍ୟୁର କାରଣ ଆତ୍ମହତ୍ୟା କୁହାଯାଉଥିଲା କିନ୍ତୁ ଏବେ ଏହି ମାମଲା ପୂରା ନୂଆ ମୋଡ଼ ନେଇଛି। ପାଖାପାଖି ୬ଦିନ ତଦନ୍ତ ପରେ ଚିତ୍ରାଙ୍କ ସ୍ବାମୀ ହେମନାଥଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ଚିତ୍ରାଙ୍କ ସ୍ବାମୀ ଟିଭି ସିରିୟଲ ଏବଂ ଅନ୍ୟ ଶୋରେ ସେ ଇଣ୍ଟିମେଟ୍ ସିନ୍ କରିଥିବାରୁ ତାଙ୍କୁ ବହୁତ ଗାଳି କରିଥିଲେ।


ପୋଲିସ୍ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ହେମନାଥଙ୍କୁ ଗିରଫ କରିଛି। ଚିତ୍ରାଙ୍କ ମା ନିକଟରେ ଅଭିଯୋଗ କରିଥିଲେ ଯେ ତାଙ୍କ ଝିଅଙ୍କ ମୃତ୍ୟୁ ପାଇଁ ତାଙ୍କ ହେମନାଥ ଦାୟୀ। ଭିଜେ ଚିତ୍ରାଙ୍କୁ ଧାରାବାହିକ ପାଣ୍ଡ୍ୟାନ୍ ଷ୍ଟୋର ପାଇଁ ଜଣା ଯାଇଥାଏ। ସେ ଦୀର୍ଘ ଦିନ ହେବ ଏହି ଧାରାବାହିକରେ ମୁଲଇ ଭୂମିକାରେ ଅଭିନୟ କରୁଥିଲେ। ଏହି ଶୋରେ ତାଙ୍କୁ ଏତେ ଲୋକପ୍ରିୟତା ମିଳିଥିଲା ଯେ ଲୋକେ ତାଙ୍କୁ ମୁଲଇ ନାଁରେ ଜାଣିଥିଲେ।

ଭିଜେ ଚିତ୍ରା ନାଁରେ ପ୍ରସିଦ୍ଧ ଚିତ୍ରା କାମରାଜ ଟିଭି ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ଚେହେରା ଥିଲେ। ମକ୍କଲ ଟିଭି ଏବଂ ଜୟା ଟିଭି ଭଳି ତାମିଲ ଚ୍ୟାନେଲ୍ ଜରିଆରେ ଚିତ୍ରା ୨୦୧୩ଠୁ ଆରମ୍ଭ କରି ଏବେ ସୁଦ୍ଧା ଘରେ ଘରେ ନିଜର ପରିଚୟ ସୃଷ୍ଟି କରି ସାରିଥିଲେ। କୁହାଯାଉଥିଲା ଯେ ଚିତ୍ରା ଶୋରେ ଆଙ୍କରିଂ କରିବାରୁ ତାଙ୍କ ଟିଆରପି ବଢ଼ି ଯାଉଥିଲା ଏବଂ ପରେ ସେ କମେଡ଼ି ଟିଭି ଶୋ ଚାଇନା ପାପା ପେରିୟା ପାପା ଜରିଆରେ ପ୍ରସିଦ୍ଧ ହୋଇଯାଇଥିଲେ।

ଏହି ଶୋ ୨୦୧୪ମସିହାରେ ସନ ଟିଭିରେ ପ୍ରସାରିତ କରାଯାଉଥିଲା ଏବଂ ଏହାର ତୃତୀୟ ସିଜନରୁ ଚିତ୍ରା ଏଥିରେ ପେରିୟା ପାପା ଭୂମିକାରେ ନଜର ଆସିଥିଲେ। ୨୯ବର୍ଷୀୟା ଚିତ୍ରା ବିଜୟ ଟିଭିର ଶୋ ସରବନମ ମୀନାତ୍ଚିର ୨ଟି ସିଜନରେ ନଜର ଆସିଥିଲେ। ସେ Velunachi, Darling Darling, Mannan Magal ଭଳି ଶୋରେ ମଧ୍ୟ ଥିଲେ। ଚିତ୍ରା ଜଣେ ଚମତ୍କାର ଡ୍ୟାନ୍ସର ଥିଲେ ଏବଂ ତାଙ୍କ ଡାନ୍ସ ସ୍କିଲ୍ସ ଟିଭି ଶୋ ଯୋଡ଼ି ଫନ ଅନଲିମିଟେଡରେ ଦେଖାଯାଇଥିଲା ଯେଉଁଥିରେ ସେ ଫାର୍ଷ୍ଟ ରନର ଅପ୍ ରହିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ