ମନୋରଞ୍ଜନ

ଅଭିନେତ୍ରୀ ପୂଜା ହେଗଡେ କରୋନା ସଂକ୍ରମିତ, ପୋଷ୍ଟ କରି ଦେଲେ ସୂଚନା

ନୂଆଦିଲ୍ଲୀ ୨୬/୦୪: କରୋନା ଭାଇରସର ଦ୍ୱିତୀୟ ଲହର ସମଗ୍ର ଦେଶରେ ଉତ୍ତେଜନା ସୃଷ୍ଟି କରିଛି। । ସାଧାରଣ ଜନତାଙ୍କ ସହ ବଲିଉଡର ସେଲିବ୍ରେଟମାନେ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ନିକଟରେ ଅଭିନେତ୍ରୀ ପୂଜା ହେଗଡେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ପୂଜା ହେଗଡେ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ସଂକ୍ରମଣ ବିଷୟରେ ସୂଚନା ଦେଇଛନ୍ତି ।


ସେ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ‘ମୁଁ ତୁମ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ ମୋର କୋଭିଡ ୧୯ ଟେଷ୍ଟ ପଜିଟିଭ୍ ହୋଇଛି । ମୁଁ ସମସ୍ତ ପ୍ରୋଟୋକଲ୍ ଅନୁସରଣ କରି ନିଜକୁ କ୍ୱାରେଣ୍ଟାଇନ୍ କରିଛି । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେଉଁମାନେ ନିକଟରେ ମୋ ସମ୍ପର୍କରେ ଆସିଛନ୍ତି ସେମାନେ ନିଜର ଟେଷ୍ଟ କରାଇ ନିଅନ୍ତୁ । ଆପଣଙ୍କ ଭଲପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ । ମୁଁ ବର୍ତ୍ତମାନ ଭଲ ଅଛି ଦୟାକରି ଆପଣ ସମସ୍ତେ ଘରେ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ । ‘


ପୂଜା ଅନେକ ଅପକମିଙ୍ଗ ପ୍ରୋଜେକ୍ଟରେ ନଜର ଆସିବେ । ଯେଉଁଥିରେ ସର୍କସ, ଆଚାର୍ଯ୍ୟ ଏବଂ ରାଧା ଶ୍ୟାମ । ନିକଟରେ ଅଭିନେତ୍ରୀଙ୍କର ଫିଲ୍ମ ‘ରାଧେ ଶ୍ୟାମ’ର ସୁଟିଂ ଆରମ୍ଭ ହେବାର ଥିଲା କିନ୍ତୁ କରେନା କାରଣରୁ ତାହାକୁ ପୋଷ୍ଟପଣ୍ଡ କରି ଦିଆଯାଇଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ