ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

ଅଭିନେତ୍ରୀ କ୍ରିତି ସାନନଙ୍କୁ କରୋନା : ଚଣ୍ଡିଗଡ଼ରେ କରୁଥିଲେ ଫିଲ୍ମର ସୁଟିଂ

ମୁମ୍ବାଇ ୮/୧୨: ଦେଶରେ କୋଭିଡ-୧୯ର ପ୍ରକୋପ ଥମିବାର ନାଁ ନେଉନାହିଁ। ଅନଲକ୍ ସମୟରେ ଯେଉଁଠାରେ ଗୋଟିଏ ପଟେ ବଲିଉଡ ଇଣ୍ଡଷ୍ଟ୍ରି ସହ ଜଡ଼ିତ ସମସ୍ତ କାମ ଆରମ୍ଭ ହୋଇସାରିଥିବାବେଳେ ଅନ୍ୟ ପଟେ କରୋନା ମାମଲା ମଧ୍ୟ ବଢ଼ି ବଢ଼ି ଚାଲିଛି। ନିକଟରେ ଏକ ଫିଲ୍ମର ସୁଟିଂ ସମୟରେ ବରୁଣ ଧଓ୍ବନ,ନୀତୁ କପୁର ଏବଂ ଡାଇରେକ୍ଟର ରାଜ ମେହତା କରୋନାରେ ସଂକ୍ରମିତ ହୋଇଛନ୍ତି। ଏବେ କୃତି ସାନନ କରୋନାରେ ସଂକ୍ରମିତ ହୋଇଥିବା ଜଣା ପଡ଼ିଛି। କ୍ରିତି ଚଣ୍ଡିଗଡ଼ରେ ନିଜର ଆଗାମୀ ଫିଲ୍ମର ସୁଟିଂ କରୁଥିଲେ। ଏବେ ସୁଦ୍ଧା କୃତି ନିଜେ ଏବିଷୟରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

କ୍ରିତି ସାନନ କିଛି ଦିନ ତଳେ ରାଜକୁମାର ରାଓଙ୍କ ସହ ନିଜର ଆଗାମୀ ଫିଲ୍ମର ସୁଟିଂ ପାଇଁ ଚଣ୍ଡିଗଡ଼ ଯାଇଥିଲେ। ସେ ଗତକାଲି ନିଜ ଇନଷ୍ଟାଗ୍ରାମ ଷ୍ଟୋରି ଜରିଆରେ କହିଛନ୍ତି ଯେ ତାଙ୍କ ଫିଲ୍ମର ରାପଅପ୍ ହୋଇଯାଇଛି ଏବଂ ସେ ଘରକୁ ଫେରୁଛନ୍ତି।

ଏହି ସୂଚନା ମିଳିବା ପରେ କୃତିଙ୍କ ପ୍ରଶଂସକ ଚିନ୍ତିତ ଦେଖା ଯାଇଛନ୍ତି। ସମସ୍ତେ ତାଙ୍କ ଶୀଘ୍ର ସୁସ୍ଥ ହୋଇଯିବା ପାଇଁ ପ୍ରାର୍ଥନା କରୁଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ