ମନୋରଞ୍ଜନ

ଅଭିନେତା ରଜତ ବେଦୀଙ୍କ ବିରୋଧରେ ଅଭିଯୋଗ

ମୁମ୍ବାଇ ୦୭/୦୯ : ଅଭିନେତା ରଜତ ବେଦୀଙ୍କ ବିରୋଧରେ ମୁମ୍ବାଇର ଡିଏନ୍ ନଗର ପୋଲିସ ଷ୍ଟେସନରେ ଅଭିଯୋଗ ପଞ୍ଜିକୃତ ହୋଇଛି। ସୂଚନାନୁସାରେ, ରଜତ ବେଦୀ ଗତକାଲି ସନ୍ଧ୍ୟାରେ ତାଙ୍କ କାରରେ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲେ। ତେବେ ରଜତ ଆହତ ବ୍ୟକ୍ତିଙ୍କୁ କପୁର୍ ହସ୍ପିଟାଲକୁ ନେଇ ତାଙ୍କ ଚିକିତ୍ସା କରାଇଛନ୍ତି। ପୋଲିସକୁ ଦେଇଥିବା ବିବୃତ୍ତିରେ ରଜତ କହିଛନ୍ତି ଯେ ଉକ୍ତ ବ୍ୟକ୍ତି ତାଙ୍କ କାରରେ ଧକ୍କା ହୋଇଥିଲେ ।

ରଜତ ବେଦୀ ଜଣେ ଭାରତୀୟ ଫିଲ୍ମ ଅଭିନେତା ତଥା ଟେଲିଭିଜନ ନିର୍ମାତା, ଯିଏକି ଅନେକ ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି। କୋଇ ମିଲ୍ ଗୟା (୨୦୦୩) ରେ ରାଜ ସକ୍ସେନାଙ୍କ ଚରିତ୍ର ପାଇଁ ସେ ବେଶ୍ ଜଣାଶୁଣା। ଏହା ବ୍ୟତୀତ ସେ ଚାଳିଶରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ସେଥିମଧ୍ୟରୁ ରକ୍ତ (୨୦୦୪), ଖାମୋଶ … ଖୌପ କି ରାତ (୨୦୦୫) ଏବଂ ରକି-ଦି ରେବେଲ (୨୦୦୬) ଅନ୍ତର୍ଭୁକ୍ତ। କୋଇ ମିଲ ଗୟା, କରନ ଅର୍ଜୁନ ଏବଂ ହେଲୋ କୌନ ଫିଲ୍ମରୁ ରଜତ ବେଦୀ ମାନ୍ୟତା ପାଇଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ