ଦେଶ ବିଦେଶ ମନୋରଞ୍ଜନ

ଅଭିନେତା ମୁଶତାକ୍ ମରଚାଣ୍ଟଙ୍କ ପରଲୋକ, ମଧୁମେହ ରୋଗରେ ଥିଲେ ପୀଡିତ

ମୁମ୍ବାଇ ୨୮/୧୨: ସିନେମାର ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଅଭିନେତା ତଥା ପ୍ରସିଦ୍ଧ ହାସ୍ୟ ଅଭିନେତା ମୁଶତାକ ମରଚାଣ୍ଟଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ମଧୁମେହରେ ପୀଡିତ ମୁଶତାକ ମୁମ୍ବାଇର ହୋଲି ଫ୍ୟାମିଲି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ବହୁ ବର୍ଷ ପୂର୍ବେ ସିନେମା ଜଗତକୁ ବିଦାୟ ଦେଇ ମୁମ୍ବାଇର ବାନ୍ଦ୍ରାଠାରେ ରହୁଥିଲେ। ତାଙ୍କ ଦେହାନ୍ତ ଖବର ଆସିବା ପରେ ପ୍ରଶଂସକ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

ମୁଶତାକ୍ “ସୀତା ଔର ଗୀତା”, “ହାଥ କି ସଫାଇ”, “ଜୱାନୀ ଦିୱାନୀ”, “ଶୋଲେ” ଏବଂ “ସାଗର” ଭଳି ଫିଲ୍ମରେ ତାଙ୍କର ଅଭିନୟ ଦକ୍ଷତା ପ୍ରଦର୍ଶନ କରିଥିଲେ। ଅମିତାଭ ବଚ୍ଚନ ଏବଂ ଧର୍ମେନ୍ଦ୍ରଙ୍କ ଅଭିନୀତ ଫିଲ୍ମ ‘ଶୋଲେ’ରେ ମୁଶତାକ୍ ଗୋଟିଏ ନୁହେଁ ବରଂ ଦୁଇଟି ଚରିତ୍ରରେ ଅଭିନୟ କରିଥିଲେ। ସେ ମୁମ୍ବାଇର ଅଲ ଇଣ୍ଡିଆ ଇଣ୍ଟର କଲେଜରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ। ଏହା ସହିତ ସେ ତିନି ବର୍ଷ ପାଇଁ ଶ୍ରେଷ୍ଠ ଲେଖକ ଏବଂ ନିର୍ଦ୍ଦେଶକ ପାଇଁ ପୁରସ୍କାର ମଧ୍ୟ ପାଇଥିଲେ। ଅଭିନୟ ସହିତ ମୁଶତାକ୍ ପ୍ୟାର କା ସାୟା, ଲାଡ ସାହବ, ସପ୍ନେ ସାଜନ କେ ଏବଂ ଗ୍ୟାଙ୍ଗ ଭଳି କିଛି ଫିଲ୍ମ ପାଇଁ ସ୍କ୍ରିନ୍ ପ୍ଲେ ଲେଖିଥିଲେ। କିନ୍ତୁ ୧୬ ବର୍ଷ ପୂର୍ବେ ମୁଶତାକ୍ ସିନେମାକୁ ବିଦାୟ ଦେଇଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ