ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଅଭିନେତା ଗୁଫି ପେଣ୍ଟଲଙ୍କ ପରଲୋକ: ମହାଭାରତରେ ଶକୁନି ମାମା ଭୂମିକାରେ ଅଭିନୟ କରିଥିଲେ

ମୁମ୍ବାଇ: ବିଶିଷ୍ଟ ଅଭିନେତା ଗୁଫି ପେଣ୍ଟଲଙ୍କର ଆଜି ମୁମ୍ବାଇଠାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ବି. ଆର୍‌. ଚୋପ୍ରାଙ୍କ ପ୍ରସିଦ୍ଧ ଟିଭି ଧାରାବାହିକ ମହାଭାରତରେ ସେ ଶକୁନି ମାମା ଚରିତ୍ରରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିଲେ। ଦୀର୍ଘଦିନ ଧରି ଗୁଫି ଅସୁସ୍ଥ ଥିଲେ ଏବଂ ମେ ୩୧ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତିମାନେ ଶୋକବ୍ୟକ୍ତ କରିଛନ୍ତି। ପରିବାର, ବନ୍ଧୁ ଏବଂ ସିନେମା ଇଣ୍ଡଷ୍ଟ୍ରିର ସଦସ୍ୟମାନଙ୍କ ଗହଣରେ ଅନ୍ଧେରିଠାରେ ଆଜି ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ତାଙ୍କ ଭାଇ ତଥା ଅଭିନେତା କନୱରଜିତ ପେଣ୍ଟଲ ଏବଂ ପୁଅ ହାରି ପେଣ୍ଟଲ ଶେଷକୃତ୍ୟ ସଂପନ୍ନ କରିଥିଲେ। ଶେଷକୃତ୍ୟ ବେଳେ ଶ୍ମଶାନରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

ଗୁଫି ପେଣ୍ଟଲ ଅନେକ ଲୋକପ୍ରିୟ ଟିଭି କାର୍ଯ୍ୟକ୍ରମ ଓ ସିନେମାରେ ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ। ମହାଭାରତ ବ୍ୟତୀତ ସେ କାନୁନ, ଓଁ ନମଃ ଶିବାୟ, ସିଆଇଡି, ସି କୋଇ ‌‌‌‌ହୈ, ଦ୍ବାରକାଧୀଶ ଭଗବାନ ଶ୍ରୀକୃଷ୍ଣ, ରାଧାକୃଷ୍ଣ ଓ ଜୟ କହ୍ନେୟା ଲାଲ କୀ ରେ ଅଭିନୟ କରିଥିଲେ। ୧୯୭୫ରେ ରଫୁ ଚକ୍କର ସିନେମାରୁ ସେ ନିଜର ଅଭିନୟ ଯାତ୍ରା ଆରମ୍ଭ କରି ପରବର୍ତ୍ତୀ ସମୟରେ ଦିଲେଗି, ଦେଶ୍‌ ପରଦେଶ୍‌ ଓ ସୁହାଗ ଭଳି ସିନେମାରେ ଅଭିନୟର ଯାଦୁ ଦେଖାଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ