ଅପରାଧ ରାଜ୍ୟ

ଅଭିନବ ପ୍ରତିବାଦ, କଲେଜ ଫାଟକ ସାମ୍ନାରେ ପୂଜା ପାଠ କଲେ ଆନ୍ଦୋଳନକାରୀ

ଭଦ୍ରକ ୦୮।୦୬: ଅଭିନବ ପ୍ରତିବାଦ । କଲେଜ ଗେଟ୍‌ ସମ୍ମୁଖରେ ପୂଜା ପାଠ କଲେ ଧାରଣାରତ କର୍ମଚାରୀ । ଭଦ୍ରକ ଜିଲ୍ଲା ବରପଦା ଇଞ୍ଜିନିୟରିଂ କଲେଜ ଫାଟକ ସମ୍ମୁଖରେ ଏପରି କିଛି ଚିତ୍ର ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ୧୭ ମାସର ବକେୟା ଦରମା ଓ ୯ ଦଫା ଦାବିରେ ନେଇ ଧାରଣାରେ ବସିଥିବା ଭଦ୍ରକ ବରପଦା କଲେଜର କର୍ମଚାରୀଙ୍କ ଆନ୍ଦୋଳନ ୪୪ ଦିନରେ ପହଞ୍ଚିଲାଣି । ଜିଲ୍ଲା ପ୍ରଶାସନ କିମ୍ବା କଲେଜର ଅଧିକାରୀ ନେଇ ଆନ୍ଦୋଳନକାରୀଙ୍କ ସହ କୌଣସି ଆଲୋଚନା କରିନାହାନ୍ତି । ଯାହାକୁ ନେଇ ଆନ୍ଦୋଳନକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଉ ଏବେ ଭଗବାନଙ୍କ ଉପରେ ସବୁ କିଛି ଛାଡି ଦେଇଛନ୍ତି ଧାରଣା ରେ ବସି ଥିବା କର୍ମଚାରୀ । ଧାରଣାରେ ବସିଥିବା କର୍ମଚାରୀମାନେ ଫାଟକ ସମ୍ମୁଖରେ ପୂଜା ପାଠ କରି ପ୍ରତିବାଦ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।