ଅପରାଧ ରାଜ୍ୟ

ଅଭାବନୀୟ : ବାପାଙ୍କୁ କାଠଫାଳିଆରେ ପିଟି ପିଟି ହତ୍ୟା, ଶରୀର ଉପରେ ସ୍କୁଟି ଚଢାଇଦେଲେ ୨ ପୁଅ

ସୁନ୍ଦରଗଡ଼ ୦୪।୦୬ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଚାନ୍ଦିପୋଶ ଥାନା ରାଣିବର୍ଣ୍ଣେ ଗାଁରେ ଅଭାବନୀୟ ଘଟଣା । କାଠ ଫାଳିଆରେ ବାପାକୁ ପିଟି ପିଟି ହତ୍ୟା କଲେ ଦୁଇ ପୁଅ । ହତ୍ୟା ପରେ ବାପାଙ୍କ ମୃତଦେହ ଉପରେ ସ୍କୁଟି ଚଢାଇଦେଲେ ପୁଅ । ହତ୍ୟାକାଣ୍ଡ ପରେ ଦୁଇ ପୁଅ ଫେରାର ହୋଇଥିବା ସୂଚନା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବାପା ମଙ୍ଗରା ଭୂମିଜ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ହେବା ପରେ ୨ୟ ବିବାହ କରିଥିଲେ । ପ୍ରଥମ ସ୍ତ୍ରୀର ଦୁଇ ପୁଅ ଅଛନ୍ତି । ଏପିରିକି ମଙ୍ଗରାଙ୍କ ୨ୟ ବିବାହ ପରେ ଘରେ ପ୍ରତିଦିନ ଝଗଡ଼ା ଲାଗୁଥିଲା । ଶୁକ୍ରବାର ଦିନ କୌଣସି କାରଣକୁ ନେଇ ବାପା ଓ ୨ ପୁଅଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ଦେଖୁ ଦେଖୁ ଝଗଡ଼ା ଉଗ୍ରରୂପ ନେଇଥିଲା । ଯାହାଫଳରେ ଦୁଇ ପୁଅ କାଠଫାଳିଆରେ ବାପାଙ୍କୁ ପିଟି ପିଟି ହତ୍ୟା କରିଥିଲେ । ଏତିକିରେ ରାଗ ଶାନ୍ତ ହୋଇନଥିଲା , ପୁଣି ବାପାଙ୍କ ଉପରେ ସ୍କୁଟି ଚଢାଇଦେଇଥିଲେ ।

ସେପଟେ ହତ୍ୟାକାଣ୍ଡ ପରେ ଦୁଇ ପୁଅ ଫେରାର ଥିବା ସୂଚନା ମିଳିଛି । ଦୁଇ ପୁଅଙ୍କ ମଧ୍ୟରୁ ଜଣେ ନାବାଳକ ରହିଛି । ହତ୍ୟାକାଣ୍ଡ ନେଇ ଖବର ପାଇ ଚାନ୍ଦିପୋଷ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍‌ ଟିମ୍‌ ଆସିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।