ରାଜ୍ୟ ସ୍ପେଶାଲ ରିପୋର୍ଟ

ଅବ୍ୟବସ୍ଥା ଘେରରେ ରାଜ୍ୟ ଫରେନସିକ୍ ସାଇନ୍ସ ଲାବରୋଟାରି

ଭୁବନେଶ୍ବର : ଅବ୍ୟବସ୍ଥା ମଧ୍ୟରେ ରାଜ୍ୟ ଫରେନସିକ୍ ସାଇନ୍ସ ଲାବରୋଟାରି। ଭିତ୍ତିଭୂମି ଅଛି, କିନ୍ତୁ କର୍ମଚାରୀ ନାହାନ୍ତି। ଫଳରେ ପୁଲିସ ବିଭାଗର ଏହି ସ୍ବତନ୍ତ୍ର ୟୁନିଟ୍‌ ଯେଉଁ ଢଙ୍ଗରେ କାମ କରିବା କଥା, କରିପାରୁନାହିଁ। ଏଥିଯୋଗୁଁ ହତ୍ୟା, ଆତ୍ମହତ୍ୟା ଭଳି ବହୁ ହାଇପ୍ରୋଫାଇଲ୍‌ ମାମଲାର ତଦନ୍ତରେ ଅନେକ ବିଳମ୍ବ ହେଉଛି ଓ ଅପରାଧୀମାନେ କୋର୍ଟରୁ ଖସିଯିବାକୁ ଏକପ୍ରକାର ସୁଯୋଗ ପାଇ ଯାଉଛନ୍ତି। ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲା ହେଉ ଅବା ଆନନ୍ଦ ଟପୋ ମୃତ୍ୟୁ ଘଟଣା କିମ୍ବା ବିଜେବି କଲେଜ ଛାତ୍ରୀ ରିଚା ମିଶ୍ର ଆତ୍ମହତ୍ୟା ଘଟଣା; ଏଭଳି ଏକାଧିକ ମାମଲାର ବିଭିନ୍ନ ରିପୋର୍ଟ ଲାବରୋଟାରିରେ ସେମିତି ପଡ଼ି ରହିଛି। ଏମିତି ବି କିଛି ମାମଲା ଅଛି, ବର୍ଷ ବର୍ଷ ବିତି ଯାଇଥିଲେ ମଧ୍ୟ ରିପୋର୍ଟ ଆସି ପାରୁନାହିଁ।

ମାସରେ ଲ୍ୟାବ୍‌କୁ ଆସୁଛି ୨ ହଜାରରୁ ଅଧିକ ନମୁନା
ରହସ୍ୟମୟ ହୋଇ ରହିଯାଉଛି ଅନେକ ଚର୍ଚ୍ଚିତ ମାମଲା

ସୂଚନା ମିଳିଛି, ଫରେନସିକ୍‌ ଲ୍ୟାବ୍‌କୁ ଭିସେରା, ଫିଙ୍ଗର ପ୍ରିଣ୍ଟ, ଡିଏନ୍‌ଏ, ଡାଏଟମ୍‌ ଟେଷ୍ଟ ଓ ହ୍ୟାଣ୍ଡ ରାଇଟିଂର ସାମ୍ପୁଲ ଟେଷ୍ଟ ପାଇଁ ଫରେନସିକ୍‌ ସାଇନ୍ସ ଲାବରୋଟାରିକୁ ମାସକୁ ପାଖାପାଖି ୨ହଜାର ନମୁନା ଆସୁଛି। କିନ୍ତୁ ସେହି ଅନୁପାତରେ କର୍ମଚାରୀ ନ ଥିବା କାରଣରୁ ଏସବୁ ରିପୋର୍ଟ ଠିକ୍ ସମୟରେ ପ୍ରଦାନ କରାଯାଇପାରୁନାହିଁ।

ଏ ସମ୍ପର୍କରେ ବରିଷ୍ଠ ଆଇନଜୀବୀ ବନ ମହାନ୍ତି କହିଛନ୍ତି, ହତ୍ୟା, ଆତ୍ମହତ୍ୟା, ଡକାୟତି ଓ ନିଶା କାରବାର ଭଳି ମାମଲାର ଫରେନସିକ୍‌ ରିପୋର୍ଟ ତଦନ୍ତରେ ସହାୟକ ହୋଇଥାଏ। ସେହିପରି ଲାବରୋଟାରି ଅପରାଧୀଙ୍କ ମୋବାଇଲ ଫୋନ୍, ହାର୍ଡଡିସ୍କ, କମ୍ପ୍ୟୁଟର୍‌, ପେନ୍‌-ଡ୍ରାଇଭ, ସିସିଟିଭି ଫୁଟେଜ୍‌, ଲାପଟପ୍, ସ୍ମାର୍ଟ ଘଣ୍ଟା ଆଦିର ତଥ୍ୟ ମଧ୍ୟ ପୁଲିସ୍‌କୁ ପ୍ରଦାନ କରିଥାଏ। ଏହାବ୍ୟତୀତ କୌଣସି ସ୍ଥାନରେ କିଛି ବି ଅପରାଧ ଘଟିଲେ, ଏହି ଲାବରୋଟାରି କର୍ମଚାରୀମାନେ ସେଠାରେ ପହଞ୍ଚି ଲେନ୍ସ ସହଯୋଗରେ ଯାଞ୍ଚ କରିବା ସହିତ ଚିତ୍ର ଉତ୍ତୋଳନ କରିଥା’ନ୍ତି। ଘଟଣାସ୍ଥଳରୁ ଅନେକ ପ୍ରମାଣ ବି ସଂଗ୍ରହ କରିଥା’ନ୍ତି। ଅଭିଯୁକ୍ତକୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଇବାରେ ଏ ଲାବରୋଟାରିର ପ୍ରମୁଖ ଭୂମିକା ରହିଛି। କିନ୍ତୁ ଆବଶ୍ୟକ କର୍ମଚାରୀ ନଥିବାରୁ ସେମାନେ ଏହାକୁ ଏତେଟା ଗୁରତ୍ବ ଦେଉନାହାନ୍ତି। ତଦନ୍ତକାରୀ ପୁଲିସ ଅଫିସର୍‌ ଯେତେବେଳେ କୋର୍ଟରେ ସାକ୍ଷ୍ୟ ଦେବାକୁ ଯାଇଥା’ନ୍ତି, ସେତେବେଳେ ଫରେନସିକ୍‌ ରିପୋର୍ଟର ସହାୟତା ନେଇଥା’ନ୍ତି। କିନ୍ତୁ ଏହି ରିପୋର୍ଟ ଅଭାବରୁ ଅଭିଯୁକ୍ତ କୋର୍ଟରୁ ମଧ୍ୟ ଖସି ଯିବାର ଆଶଙ୍କା ଥାଏ ବୋଲି ଆଇନଜୀବୀ ଶ୍ରୀ ମହାନ୍ତି କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।