ରାଜ୍ୟ ସ୍ପେଶାଲ ରିପୋର୍ଟ

ଅବହେଳିତ ଜୟପୁରର ସ୍ପିଲୱେ କଲୋନି, ଦୁର୍ବିସହ ଜୀବନ ବିତାଉଛନ୍ତି ଲୋକେ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଜୟପୁର : ଦୀପ ତଳ ଅନ୍ଧାର ଭଳି ଜୟପୁର ଉପକଣ୍ଠରେ ରହୁଥିବା ଲୋକେ ଆଜି ବି ଅବହେଳିତ ଅବସ୍ଥାରେ ରହିଛନ୍ତି। ସହରର ଅତି ନିକଟର ରହି ମଧ୍ୟ ବିଭିନ୍ନ ସମସ୍ୟା ଭିତରେ ରହୁଛନ୍ତି। ଅଦ୍ୟାବଧି ଭଲ ରାସ୍ତା ନିର୍ମାଣ ହୋଇନଥିବାରୁ ମାଟି ରାସ୍ତା ଦେଇ ଯାତାୟାତ କରୁଛନ୍ତି। ବର୍ଷାଦିନେ ରାସ୍ତା କାଦୁଅମୟ ହେଉଥିବାରୁ ବହୁ ଅସୁବିଧା ହେବାକୁ ପଡ଼ୁଛି। ଏହି କଲୋନି ଖାଲୁଆ ସ୍ଥାନରେ ରହିଥିବା ବେଳେ ବର୍ଷା ହେଲେ ଘର ଭିତରକୁ ପାଣି ପଶି ଯାଉଛି। ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଗାର୍ଡୱାଲ ମଧ୍ୟ କରାଯାଇନି। ଏଭଳି ଦୁର୍ବିଷହ ଜୀବନ ବିତାଉଛନ୍ତି ଜୟପୁର ବ୍ଲକ ବାରିଣୀପୁଟ ପଞ୍ଚାୟତର ସ୍ପିଲୱେ କଲୋନି ବାସିନ୍ଦା।

ଜୟପୁର ୟେଲୋ ବ୍ରିଜ୍‌ ନିକଟରେ ରହିଥିବା ସ୍ପିଲୱେ କଲୋନି ବାରିଣୀପୁଟ ପଞ୍ଚାୟତ ଅଧୀନରେ ରହିଛି। କ‌ଲୋନିକୁ ଦେଖିଲେ ଲାଗୁଛି ବ୍ଲକ ପ୍ରଶାସନ ଏହି ଅଞ୍ଚଳକୁ ସଂପୂର୍ଣ୍ଣ ରୂପେ ଭୁଲି ଯାଇଛି। କଲୋନିରେ ପ୍ରାୟ ୬୦ଟି ଘର ରହିଥିବା ବେଳେ ୩ ଶହରୁ ଅଧିକ ଲୋକ ବସବାସ କରୁଛନ୍ତି। ଏହି ଅଞ୍ଚଳରେ କାମ ମିଳୁ ନଥିବାରୁ ଲୋକମାନେ ଜୟପୁର ସହରକୁ କାମ କରିବା ପାଇଁ ଯାଉଛନ୍ତି। କଲୋନି ବାସିନ୍ଦାଙ୍କୁ ଆବାସ ଯୋଜନାରେ ଘରଟିଏ ମିଳିପାରୁନଥିବା ବେଳେ ସମସ୍ତେ ଟିଣରେ ଘର ତିଆରି କରି ରହୁଛନ୍ତି। କିଛି ଘରର ଚାରି କାନ୍ଥ ଟିଣ ହୋଇଥିବା ବେଳେ ଉପର ଛାତ ମଧ୍ୟ ଟିଣ ରହିଛି। ଏପରିକି କିଛି ଲୋକ ଚାଳ ଘରେ ରହୁଛନ୍ତି। ଆବାସ ଯୋଜନା ପାଇଁ ଅପେକ୍ଷା କରି ବସିଥିବା ବେଳେ ଛାତ ଘର ସେମାନଙ୍କ ପାଇଁ ସ୍ବପ୍ନ ପାଲଟିଛି।

ଗାଁରେ ଥିବା ୪ଟି ନଳକୂପ ମଧ୍ୟରୁ ୩ଟିରୁ ଲୌହଗନ୍ଧଯୁକ୍ତ ପାଣି ବାହାରୁଥିବାରୁ ଏହି ପାଣି ପିଇ ପାରୁନାହାନ୍ତି। କେବଳ ଗୋଟିଏ ନଳକୂପ ଓ ପାଣି ଟାଙ୍କି ଉପରେ ନିର୍ଭର କରୁଛନ୍ତି କଲୋନି ବାସିନ୍ଦା। କଲୋନିକୁ ଯିବା ପାଇଁ ପଥୁରିଆ ମାଟି ରାସ୍ତା ରହିଛି। ପକ୍କା ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ଗୁହାରି କଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି। ସରପଞ୍ଚଙ୍କ ଠାରୁ ଆରମ୍ଭ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ପାଦ ଗାଁରେ ପଡ଼ୁନି। ମନ‌ରେଗା ଯୋଜନାରେ ବିଭିନ୍ନ ଗାଁରେ ଉନ୍ନତି କରାଯାଉଥିଲେ ହେଁ ସ୍ପିଲୱେ କଲୋନୀର ଉନ୍ନତି ହୋଇପାରୁନି। ଭଲ ରାସ୍ତା ନିର୍ମାଣ ହେଲେ ଲୋକେ ସୁବିଧାରେ ଯାତାୟାତ କରିବେ ଏବଂ ଶ୍ରମ ଦିବସ ସୃଷ୍ଟି କରି ପାରିବେ ବୋଲି ଜନପ୍ରତିନିଧିକୁ ଜଣାଉଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରୁନି। ସେହିପରି ବର୍ଷା ଦିନେ ନିକଟସ୍ଥ ପାହାଡ଼ର ପାଣି ଗାଁ ଭିତରକୁ ପଶି ଆସୁଥିବା ବେଳେ ତାହାକୁ ରୋକିବା ପାଇଁ ଗାର୍ଡୱାଲ ମଧ୍ୟ ନିର୍ମାଣ ହୋଇନି। ତେଣୁ ଗାଁରେ ରାସ୍ତା, ଡ୍ରେନ୍‌, ଗାର୍ଡୱାଲ ଓ କଲଭର୍ଟ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଗ୍ରାମର ସୁନାଦେଇ ଖେମୁଣ୍ଡୁଙ୍କ କହିବା ଅନୁଯାୟୀ, ତାଙ୍କ ସ୍ବାମୀଙ୍କ ମୃତ୍ୟୁକୁ ୧୫ ବର୍ଷରୁ ଅଧିକ ଦିନ ବିତିଲାଣି। ପୁଅ ବାହାରେ ରହୁଥିବା ବେଳେ ଘରେ ଏକୁଟିଆ ରହୁଛି। କୁଲି କରି କିଛି ଟଙ୍କା ଆଣୁଛି ‌ସେଥିରେ ଟିଣ ଘରେ କଷ୍ଟମଷ୍ଟେ ଜୀବନ କାଟି ଦେଉଛି। କିନ୍ତୁ ପ୍ରଶାସନ ପକ୍ଷରୁ ବିଧଭା ଭତ୍ତା ମିଳିପାରୁନି। ଜଗଦୀଶ ପଣ୍ଡାଙ୍କ କହିବା ଅନୁଯାୟୀ, ବୟସ ୬୨ ବର୍ଷ ହେଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ମିଳିପାରୁନି। ପରିବାରରେ ୮ ଜଣ ରହୁଥିବା ବେଳେ ଚଳିବା କଷ୍ଟକର ହେଉଛି। ସରକାରଙ୍କ ପକ୍ଷରୁ ଭତ୍ତା ପ୍ରଦାନ ପାଇଁ ସେ ନିବେଦନ କରିଛନ୍ତି। ହରିଶ୍ଚନ୍ଦ୍ର ଖରାଙ୍କ କହିବା ଅନୁଯାୟୀ, କଲୋନିକୁ ରାସ୍ତା ନଥିବାରୁ ଯାତାୟାତ ସମୟରେ ଅସୁବିଧା ହେଉଥିବାରୁ କଲୋନି ବାସିନ୍ଦା ମିଶି ମାଟି ପକାଇଛୁ। କିନ୍ତୁ ଏହା ‌କେତେ ଦିନ ଯିବ। ପକ୍କା ରାସ୍ତା ନିର୍ମାଣ ନିମନ୍ତେ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।