ରାଜ୍ୟ ସ୍ପେଶାଲ ରିପୋର୍ଟ

ଅବନୀଙ୍କୁ ନେଇ ନୂଆ ଅଙ୍କକଷା: ଖାଦ୍ୟ କମିସନ ଅଧ୍ୟକ୍ଷ ନିଯୁକ୍ତି ପରେ ଚର୍ଚ୍ଚା ବଢ଼ିଲା

ଅନୁଗୁଳ : ପାଳଲହଡ଼ାର ବିଜେଡି ନେତା ଅବନୀକାନ୍ତ ସାହୁ ବିଧାନସଭା ଟିକେଟ୍‌ ପାଇଁ ଆଶାୟୀ ଥିଲେ। କିଛି ଦିନ ହେଲା ସେ ସଂଗଠନରେ ବେଶ୍ ସକ୍ରିୟ ବି ଜଣାପଡ଼ୁଥିଲେ। ଏମିତି ସମୟରେ ରାଜ୍ୟ ସରକାର ତାଙ୍କୁ ଓଡ଼ିଶା ରାଜ୍ୟ ଖାଦ୍ୟ କମିସନ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତ ଦେଇଛନ୍ତି। ଅବନୀଙ୍କ ନିଯୁକ୍ତି ସ୍ଥାନୀୟ ରାଜନୀତିରେ ଭିନ୍ନ ଏକ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। ଖାଦ୍ୟ କମିସନ ଅଧ୍ୟକ୍ଷ କରି ତାଙ୍କୁ ପରୋକ୍ଷରେ ସଂଗଠନରୁ ଦୂରେଇ ଦିଆଗଲା କି? ନା’ ଦଳରେ ତାଙ୍କ ସ୍ଥିତି ଏହାଦ୍ବାରା ଅଧିକ ମଜବୁତ୍ ହେଲା?

ଗତ ପଞ୍ଚାୟତ ନିର୍ବାଚନରେ ପାଳଲହଡ଼ା ବିଧାୟକ ମୁକେଶ ପାଳଙ୍କ ନେତୃତ୍ବରେ ଦଳ ଲଢ଼ିଥିଲା। ହେଲେ ବିଭିନ୍ନ ପଞ୍ଚାୟତରେ ଅବନୀକାନ୍ତ ସାହୁ ନିଜର ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଦେଇଥିଲେ। ଦୁଇ ନେତାଙ୍କ ଭିତରେ ଖୋଲାଖୋଲି ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା। ପରେ ବିଜେଡିର ରାଜ୍ୟସ୍ତରୀୟ ନେତା ଏଥିରେ ହସ୍ତକ୍ଷେପ କରିବା ସହିତ ଉଭୟଙ୍କୁ ବୁଝାସୁଝା କରିଥିଲେ। ପରେ ସ୍ଥିତିରେ ସୁଧାର ଆସିଲା ଓ ଅବନୀ ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ। ଏଥିସହିତ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସେ ସିଧାସଳଖ ସଂପୃକ୍ତ ଥିବା ପରିଲକ୍ଷିତ ହେଉଥିଲା।

ନିର୍ବାଚନମଣ୍ଡଲୀରେ ଏକଥା ବି ଚର୍ଚ୍ଚା ହେଉଥିଲା ଯେ ବିଜେଡିରୁ ସେ ବିଧାୟକ ଟିକେଟ୍‌ ପାଇପାରନ୍ତି। ଏହି ଚର୍ଚ୍ଚାକୁ ବଳ ମିଳିଥିଲା, ଯେତେବେଳେ ଗତ ଅକ୍ଟୋବର ମାସରେ ଅବନୀଙ୍କୁ ରାଜ୍ୟ ସରକାର ତାଳଚେର-ମେରାମଣ୍ଡଳୀ-ଅନୁଗୁଳ ଉନ୍ନୟନ କର୍ତ୍ତୃପକ୍ଷ(ତାମ୍‌ଡା)ର ଅଧ୍ୟକ୍ଷ କଲେ। ଏଥିରେ ତାଙ୍କ ସମର୍ଥକ ଉତ୍ସାହିତ ହୋଇପଡ଼ିଥିଲେ। ଏପରିକି ବିଜେଡି ଟିକେଟ୍‌ରୁ ସେ ଆଉ ପାଦେ ଦୂରରେ ମଧ୍ୟ ବୋଲି କହିଥିଲେ। ସମାନ୍ତରାଳ ଭାବେ ପାଳଲହଡ଼ା ବିଧାୟକ ମୁକେଶ ପାଳ ମଧ୍ୟ ଦଳର ସଂଗଠନକୁ ନିଜ ହାତରେ ରଖି ବିଭିନ୍ନ କାର୍ଯ୍ୟକ୍ରମ କରୁଥିଲେ। ଏହାଦ୍ବାରା ପାଳଲହଡ଼ାରେ ବିଜେଡି ଦୁଇଫାଳ ହୋଇଯାଇଥିଲା ଓ କର୍ମୀମାନେ ଭାଗ ଭାଗ ହୋଇଯାଇଥିଲେ। ସମାନ୍ତରାଳ ସଂଗଠନ ପାଇଁ ଦଳ ଅଡ଼ୁଆରେ ପଡ଼ୁଥିଲା। ଆଭ୍ୟନ୍ତରୀଣ ବିବାଦ ବଢ଼ୁଥିବାବେଳେ ଦଳ କାହା ନେତୃତ୍ବରେ ଯିବ ତା ସ୍ପଷ୍ଟ ‌ହୋଇ ନଥିଲା।

ଏଠାରେ ଉଲ୍ଲେଖଥାଉକି, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଏବେ ବିଜେପି ଫୋକସ୍‌ରେ ରହିଛି। ଗେରୁଆ ଦଳ ସେଠାରେ ଆଗୁଆ ପ୍ରସ୍ତୁତି ଚଳାଇଛି। ନିଜେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଟିଚା​ଳନା କରୁଛନ୍ତି। ଏଣୁ ଆଗକୁ ସ୍ଥିତି ଗମ୍ଭୀର ହୋଇପାରେ ବୋଲି ଆକଳନ କରି ବିଜେଡି ବି ପ୍ରସ୍ତୁତି ଆରମ୍ଭ କରିଛି। ବିଜେଡି ବିଧାୟକଙ୍କୁ ଏ ଭିତରେ ନବୀନ ନିବାସରୁ ଡାକରା ଆସି ସଂଗଠନ କାମ କରିବାକୁ କୁହାଯାଇଛି ଏବଂ ଅବନୀଙ୍କୁ ଏହି ନୂଆ ନିଯୁକ୍ତି ମିଳିଛି। ତେବେ ଅବନୀକାନ୍ତ କହିଛନ୍ତି, ସେ ଦଳର ଜଣେ ସଂଗ୍ରାମୀ କର୍ମୀ। ଦଳ ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ବ ଦେବ ତାକୁ ଗ୍ରହଣ କରିବେ। ଆଗକୁ ବିଧାୟକ ଭାବେ ଲଢ଼ିବାର ଇଚ୍ଛା ଅଛି। ଦଳ ଟିକେଟ୍‌ ଦେଲେ ପାଳଲହଡ଼ାରୁ ସେ ବିଧାୟକ ଭାବେ ଲଢ଼ିବେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।