ଅପରାଧ ରାଜ୍ୟ

ଅବକାରୀ ବିଭାଗ ଚଢାଉ: ଗଞ୍ଜେଇ ଜବତ, ମହିଳା ଗିରଫ

ଦେବଗଡ ୧୮/ ୦୭: ଦେବଗଡ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସୋମବାର ରିଆମାଳ ଥାନା ଅନ୍ତର୍ଗତ ରେଙ୍ଗାଳବାହାଳ ଗ୍ରାମରେ ଚଢାଉ । ଚୋରା ଗଞ୍ଜେଇ ସହ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଚୋରା ଗଞ୍ଜେଇ ରଖିଥିବା ଅଭିଯୋଗରେ ଗିରଫ ହୋଇଥିବା ମହିଳା ଜଣଙ୍କ ହେଲେ ରେଙ୍ଗାଳବାହାଳ ଗ୍ରାମର ଗନ୍ଧର୍ବ ପ୍ରଧାନଙ୍କ ସ୍ତ୍ରୀ ମଞ୍ଜୁ ସାହୁ ।

ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ରିଆମାଳ ବ୍ଲକ ଅଞ୍ଚଳରେ ଇନ୍ସପେକ୍ଟର ମଧୁସୂଦନ ସାହୁଙ୍କ ନେତୃତ୍ଵରେ ଧରପଗଡ ଚାଲିଥିବା ବେଳେ ରେଙ୍ଗାଳବାହାଳ ଗ୍ରାମରେ ସଂପୃକ୍ତ ମହିଳାଙ୍କ ଘରେ ଚୋରାରେ ଗଞ୍ଜେଇ ରଖାଯାଇଥିବା ଖବର ମିଳିଥିଲା । ଖବରପାଇ ଅବକାରୀ ବିଭାଗ ପକ୍ଷରୁ ସଂପୃକ୍ତ ବ୍ୟକ୍ତିଙ୍କ ଘରେ ଚଢାଉ କରାଯାଇଥିବା ବେଳେ ମଞ୍ଜୁ ସାହୁ ଗଞ୍ଜେଇକୁ ବସ୍ତା ରେ ଭର୍ତ୍ତି କରି ନେଇ ପଳାଇଯାଉଥିଲେ ।

ଅବକାରୀ ବିଭାଗ ପକ୍ଷରୁ ବସ୍ତାରେ ଭର୍ତ୍ତି ଗଞ୍ଜେଇକୁ ଜବତ କରାଯିବା ସହ ସଂପୃକ୍ତ ମହିଳାଙ୍କୁ ଗିରଫ କରାଯାଇଛି । ଜବତ ଗଞ୍ଜେଇର ଓଜନ ପାଞ୍ଚ କିଲୋ ବୋଲି ଜଣାପଡ଼ିଛି । ଅବକାରୀ ବିଭାଗ ପକ୍ଷରୁ ସଂପୃକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।