ଅପରାଧ ରାଜ୍ୟ

ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣର ଦେଶୀ ମଦ ଜବତ ସହ ୩ ଗିରଫ

ଆନନ୍ଦପୁର ୧୪।୭: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅନ୍ତର୍ଗତ ବାଙ୍ଗର ଗାଁ ଓ ନନ୍ଦିପଦା ଥାନା ବଡ଼ରମ୍ପାସ ଗାଁରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ । ବିପୁଳ ପରିମାଣର ଦେଶୀ ମଦ ଜବତ କରିବା ସହିତ ୩ ଜଣକୁ ଗିରଫ କରାଯାଇଛି । ଏହି ଦୁଇଟି ଗାଁରେ ବିପୁଳ ପରିମାଣର ମଦ କାରବାର ହେଉଥିବା ବେଳେ ଖବର ପାଇ ଅବକାରୀ ବିଭାଗ ଅଚାନକ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ବାଙ୍ଗର ଗାଁର ଜଗନ୍ନାଥ ହୋ, ଚଞ୍ଚଳପଡା ଗାଁର କୈଳାସ କୁର୍ମା ଓ ସୁମନ୍ତ ଦାସଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୭୫ ଲିଟର ଦେଶୀ ମଦ ଜବତ କରିବା ସହିତ ୮୫୦ କେଜି ପୋଚ ନଷ୍ଟ କରାଯାଇଛି । ସେହିଭଳି ନନ୍ଦିପଦା ଥାନା ବଡ଼ରମ୍ପାସ ଗାଁର ଗୋଟିଏ ଦୋକାନରୁ ୭.୫୦୦ ଲିଟର ବିଦେଶୀ ମଦ ଜବତ କରିବା ସହିତ ଗୋଟିଏ ଫ୍ରିଜ ଜବତ ହୋଇଛି । ଦୋକାନୀ ଜଣକ ଚଢ଼ଉ ଖବର ପାଇ ଫେରାର ହୋଇଯାଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।