ରାଜ୍ୟ

ଅବକାରୀ ଥାନା ହାଜତରେ ମହିଳାଙ୍କ ମୃତ୍ୟୁ ମାମଲା: ମାଜି‌ଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଅବକାରୀ ଥାନା ହାଜତରେ ମହିଳାଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଛି। ମହିଳା ଜଣଙ୍କ ରାତିରେ ବେଶ ହସଖୁସିରେ ରହିଥିବା ନେଇ ମାଥିଲି ଅବକାରୀ ଥାନା ଅଧିକାରୀ କହିଥିବା ବେଳେ ପୁଣି ସେ ଆତ୍ମହତ୍ୟା କରିଥିବା ମଧ୍ୟ କହିଛନ୍ତି। ଗୋଟିଏ ରାତି ଭିତରେ ଏଭଳି କଣ ଘଟିଲା ଯେ ଜଣେ ମହିଳା ଜଣଙ୍କ ଆତ୍ମହତ୍ୟା କଲେ ଏବଂ ଅବକାରୀ ଥାନାରେ କେଉଁଠି ବି ସିସି କ୍ୟାମେରା ଲାଗିନଥିବା ବେଳେ କିଏ ସତ କହୁଛି କେମିତି ଜଣାପଡ଼ିବ ବୋଲି ସମାଜସେବୀ ଶରତ ଚନ୍ଦ୍ର ବୁରୁଦା ପ୍ରଶ୍ନ କରିଛନ୍ତି। ଏହି ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ କରିବା ନିମନ୍ତେ ପୁଲିସ ସମସ୍ତ ଦିଗକୁ ଆଧାର କରି ତଦନ୍ତ କରିବା ଆବଶ୍ୟକ ବୋଲି ଶ୍ରୀ ବୁରୁଦା କହିଛନ୍ତି।

ଅନ୍ୟପଟେ ଆଜି ପୂର୍ବାହ୍ନରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ପ୍ରୀତି ବିଶ୍ବାସଙ୍କ ଶବ ବ୍ୟ‌ବଚ୍ଛେଦ କରାଯାଇଛି। ମାଜିଷ୍ଟ୍ରେଟ ଦାୟିତ୍ବରେ ଅତିରିକ୍ତ ତହସିଲଦାର ଅଶୋକ କୁମାର ପାଲ୍, ଡା. ପ୍ରଫୁଲ୍ଲ କୁମାର ବେହେରା, ଡା. ପ୍ରିୟମ୍ବଦା ବେହେରା ଶବ ବ୍ୟବେଚ୍ଛେଦ ସମୟରେ ଉପସ୍ଥିତ ଥିବା ବେଳେ ଶବ ବ୍ୟବଚ୍ଛେଦର ଭିଡିଓଗ୍ରାଫି କରାଯାଇଛି। ଏହାପରେ ମହିଳାଙ୍କ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ଏସ୍‌ଆଇ ମନୋରଞ୍ଜନ ସାହୁ ଘଟଣାର ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରୀତିଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଏସଡିପିଓ ସଚିନ୍ ପଟେଲ କହିଛନ୍ତି। ଏହି ଘଟଣାରେ ଅବକାରୀ ଥାନା ଅଧିକାରୀ ଓ ଘଟଣା ଦିନ ଉପସ୍ଥିତ ଥିବା ୩ ପୁଲିସ କର୍ମଚାରୀଙ୍କୁ ପଚରାଉଚୁରା କରାଯାଉଥିବା ଶ୍ରୀ ପଟେଲ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗଞ୍ଜେଇ ଜବତ ଘଟଣା‌ରେ ହାଜତରେ ଥିବା ବେଳେ ଗତ ୮ ତାରିଖ ସକାଳ ପ୍ରାୟ ୬ଟାରେ ଝୁଲନ୍ତା ଅବସ୍ଥାରେ ପ୍ରୀତିଙ୍କ ମୃତଦେହ ପୁଲିସ ଜବତ କରିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।