ଅପରାଧ ଦେଶ ବିଦେଶ

ଅଫିସ୍ ନ ଆସି ଦରମା ନେଉଥିଲେ ଅଫିସର; ସସ୍‌ପେଣ୍ଡ କଲେ ଉପମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ଅଫିସ୍ ନ ଆସି ଦରମା ନେଉଥିଲେ ଅଫିସର। ନିଲମ୍ବିତ କଲେ ଉପମୁଖ୍ୟମନ୍ତ୍ରୀ। ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ଡେପୁଟି ସିଏମ୍‌ଓ ଅଫିସରଙ୍କୁ ନିଲମ୍ବିତ କରିଛନ୍ତି।

ଅମରୋହା ଜିଲ୍ଲାରେ ନିଯୁକ୍ତ ସିଏମ୍ଓ ଡ. ଇନ୍ଦୁବାଳା ଶର୍ମା ଗତ ୬ ମାସ ହେଲା ଅଫିସ୍ ଆସୁନଥିଲେ। ହେଲେ ଦରମା ଟଙ୍କା ଉଠାଇ ନେଉଥିଲେ ବୋଲି ତାଙ୍କ ବିରୋଧରେ ଅଭିଯୋଗ ହେଉଥିଲା। ଅଫିସ୍‌ରେ ଉପସ୍ଥିତି ଜାହିର କରିବା ପାଇଁ ଆଟେଣ୍ଡାସ୍‌ଙ୍କ ସହଯୋଗରେ ଉପସ୍ଥାନ ଫାଇଲ୍‌ରେ ନକଲି ସିଗ୍‌ନେଚର କରିଦେଉଥିଲେ।

ଏହି ଅଭିଯୋଗ ହେବା ପରେ ସିଏମ୍‌ଓ ସଞ୍ଜୟ ଅଗରୱାଲ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହା ବାଦ୍‌ ଦରମା ମଞ୍ଜୁର କରୁଥିବା ସନ୍ତୋଶ କୁମାରଙ୍କ ବିରୋଧରେ ବି କାର୍ଯ୍ୟନୁଷ୍ଠାନ ହୋଇଛି। ତା ସହିତ ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ