ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଅଫଲାଇନରେ ପରୀକ୍ଷା କରନାହିଁ, ବିକଳ୍ପ ବ୍ୟବସ୍ଥା ହେଉ : ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୧୫ରୁ ଅଧିକ ରାଜ୍ୟର ଛାତ୍ରଛାତ୍ରୀ

ନୂଆଦିଲ୍ଲୀ ୧୩/୦୨: ଦେଶର ୧୫ରୁ ଅଧିକ ରାଜ୍ୟର ଛାତ୍ରମାନେ ବୋର୍ଡ ଓ ସିବିଏସଇ ପରୀକ୍ଷାର ଅଫଲାଇନ୍ ମୋଡକୁ ବିରୋଧ କରୁଛନ୍ତି । ପରୀକ୍ଷା ଅନଲାଇନରେ କରିବା ପାଇଁ ସେମାନେ ଦାବି କରୁଛନ୍ତି । ଏପରିକି ବିକଳ୍ପ ମୂଲ୍ୟାୟନ ପାଇଁ ମଧ୍ୟ ସେମାନେ ଦାବି କରିବା ସହ ସୁପ୍ରିମକୋର୍ଟରେ ମାମଲା ଦାଖଲ କରିଛନ୍ତି ।

ଶିଶୁ ଅଧିକାର କାର୍ଯ୍ୟକର୍ତ୍ତା ଅନୁଭା ଶ୍ରୀବାସ୍ତବ ସହାୟ ଓ ଓଡିଶାର କିଛି ଛାତ୍ର ସଙ୍ଗଠନ ସୁପ୍ରିମକୋର୍ଟରେ ମାମଲା ଦାଖଲ କରିଛନ୍ତି । ଛାତ୍ରମାନେ ବୋର୍ଡ କିପରି ଭାବେ ସଠିକ୍ ଭାବେ ଫଳାଫଳ ପ୍ରକାଶ କରିବ ଓ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରିବ ସେନେଇ କୋର୍ଟରେ ଦର୍ଶାଇଛନ୍ତି । ସବିଏସଇ ୧୦ମ ଓ ଦ୍ୱାଦଶ ପରୀକ୍ଷା ଏପ୍ରିଲ ଶେଷ ସପ୍ତାହରେ କରୁ ବୋଲି ସେମାନେ ଆବେଦନରେ ଅନୁରୋଧ କରିଛନ୍ତି ।

ଆଇସିଏସଇ ଓ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍ ଓପନ ସ୍କୁଲିଂର ଏବେସୁଦ୍ଧା କୌଣସି ଗାଇଡଲାଇନ୍ ଜାରି କରାଯାଇ ନାହିଁ । କିଛି ରାଜ୍ୟ ପରୀକ୍ଷାସୂଚୀ ଜାରି କରିଛନ୍ତି । ଆଉ କିଛି ପରୀକ୍ଷା କିପରି ଆୟୋଜନ କରିବେ ସେନେଇ ଆଲୋଚନା ଜାରି ରଖିଛନ୍ତି ।

ଛାତ୍ର ସଙ୍ଗଠନ ପକ୍ଷରୁ ଦାଖଲ ଯାଚିକାରେ କୁହାଯାଇଛି ଯେ, ସେମାନେ ରାଜ୍ୟ ସରକାର ଓ ଅନ୍ୟ ବୋର୍ଡର ଏତାଦୃଶ ବ୍ୟବହାରରେ ଅସନ୍ତୁଷ୍ଟ ଅଛନ୍ତି । ସେମାନେ କ୍ୟାରିଅରକୁ ନେଇ ଚିନ୍ତିତ ଅଛନ୍ତି । କୋଭିଡ ପାଇଁ ସ୍କୁଲ ଓ କଲେଜ ବନ୍ଦ ରହିଥିଲା । ଏହାସହ ସେମାନେ ପରୀକ୍ଷା ଅନଲାଇନରେ କରିବାକୁ କହିଛନ୍ତି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି