ଦେଶ ବିଦେଶ ସ୍ୱାସ୍ଥ୍ୟ

ଅପେକ୍ଷାର ଅନ୍ତ : ଜାନୁୟାରୀ ୧୬ରୁ ଦେଶରେ ଆରମ୍ଭ ହେବ ଟିକାକରଣ, ପ୍ରଥମ ପର୍ଯ୍ୟାୟରେ ୩ କୋଟି ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଭ୍ୟାକସିନ୍‌

ନୂଆଦିଲ୍ଲୀ ୦୯/୦୧ : ଆସନ୍ତା ୧୬ ତାରିଖରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ଟିକାକରଣ । ଦେଶରେ ୧୬ ଜାନୁୟାରୀ ୨୦୨୧ରୁ ଟିକାକରଣ ଆରମ୍ଭ ହେବା ବୋଲି ସୂଚନା ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ । ସର୍ବପ୍ରଥମେ ଦେଶର ସ୍ବାସ୍ଥ୍ୟ କର୍ମୀ ଏବଂ ଆଗଧାଡିର ଯୋଦ୍ଧାମାନଙ୍କୁ ଟିକା ଦିଆଯିବ ।

ଦେଶରେ ସ୍ବାସ୍ଥ୍ୟକର୍ମୀଙ୍କ ସଂଖ୍ୟା ପ୍ରାୟ ୩ କୋଟି । ଏହା ସହ ୫୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ । ଏ ନେଇ ସାରା ଦେଶରେ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇସାରିଛି । ତେବେ ମୋଟାମୋଟି ଭାବେ ପ୍ରଥମ ପର୍ଯ୍ୟାୟରେ ଦେଶରେ ପ୍ରାୟ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବ ।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ରାଜ୍ୟମାନଙ୍କ ସହ ଆଲୋଚନା ଶେଷ ହୋଇଛି । ଟିକାକରଣ କେନ୍ଦ୍ର ମଧ୍ୟ ପ୍ରସ୍ତୁତି ସରିଛି । ଟିକାକରଣ ପାଇଁ ଆବଶ୍ୟକ ଭାଇଡଲାଇନ୍‌ ମଧ୍ୟ ପୂର୍ବରୁ ଜାରି କରିସାରିଛନ୍ତି କେନ୍ଦ୍ର ସରକାର ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ