ଅପରାଧ ରାଜ୍ୟ

ଅପରେସନ ଗ୍ରୀନ୍ କ୍ଲିନ୍, ୩୨ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ

ଲମତାପୁଟ ୨୩।୧୧ : ଅପରେସନ ଗ୍ରୀନ୍ କ୍ଲିନ୍। ୩୨ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ। କୋରାପୁଟ ପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ବଡ଼ ପଦକ୍ଷେପ ନେଇଛି । ଅପରେସନ ଗ୍ରୀନ କ୍ଳିନରେ ଗଞ୍ଜେଇ ଚାଷ ନଷ୍ଟ କରିବା ସହ ଅଭିଯୁକ୍ତ ଚାଷୀଙ୍କୁ ଗିରଫ କରିଛି ପୋଲିସ।
କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଗଡ଼ିହଞ୍ଜର ପଞ୍ଚାୟତ ଏନୁଙ୍ଗୁ ଗାଁରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ। ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ କଡା ସୁରକ୍ଷାରେ ମାଛକୁଣ୍ଡ ,କୋରାପୁଟ ପୋଲିସ,ଡିବି ଏଫ, ଅବକାରୀ, ବନ ବିଭାଗ ଏବଂ ସ୍ଥାନୀୟ ମାଜିଷ୍ଟେଡଙ୍କ ଉପସ୍ଥିତିରେ ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି। ନଷ୍ଟ କରାଯାଇଥିବା ଗଞ୍ଜେଇର ମୂଲ୍ୟ ୩ କୋଟିରୁ ଅଧିକ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

ପୋଲିସର କଡା ପଦକ୍ଷପ ପରେ ପାଡୁଆ ଲମତାପୁଟ ଅଞ୍ଚଳରେ ଚଳିତ ବର୍ଷ ୫୦ ଭାଗ ଗଞ୍ଜେଇ ଚାଷ ବନ୍ଦ ହୋଇଥିବା ଏସଡ଼ିପିଓ ସୂଚନା ଦେଇଛନ୍ତି । ଗତବର୍ଷ କୋରାପୁଟ ଜିଲ୍ଲାରେ ୮୦୦ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ ମାଛକୁଣ୍ଡ ଏବଂ ପାଡୁଆ ଅଞ୍ଚଳରେ ୬୦୦ ଏକର ଗଞ୍ଜେଇ ନଷ୍ଟ କରଯାଇଥିଲା । ଚଳିତ ବର୍ଷ ଲୋକଙ୍କୁ ସଚେତନ କରିବା ସହ ଗଞ୍ଜେଇ ଚାଷ ନଷ୍ଟ କରି ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ ଅଞ୍ଚଳ କରିବା ପାଇଁ ପୋଲିସ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା କହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।