ଅପରାଧ ରାଜ୍ୟ

ଅପରେସନ୍ ହ୍ବାଇଟ୍ ସ୍ପାଇଡର୍: ୬ ମାସରେ ୩୬ ଲକ୍ଷର ଧଳାଜହର ଜବତ, ୫୯ ଗିରଫ

ଭୁବନେଶ୍ବର : ବ୍ରାଉନ୍‌ସୁଗାର କାରବାର ରୋକିବାକୁ କମିସନରେଟ୍‌ ପୁଲିସ ପକ୍ଷରୁ ଚାଲିଥିବା ଅପରେସନ ‘ହ୍ୱାଇଟ୍‌ ସ୍ପାଇଡର୍‌’ ମାଧ୍ୟମରେ ଚଳିତ ବର୍ଷ ଜାନୁଆରିରୁ ଜୁନ୍ ୧୬ ତାରିଖ ସୁଦ୍ଧା ୩୧ଟି ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ୫୯ ଜଣ ନିଶା ବେପାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି।  ସେମାନଙ୍କ ନିକଟରୁ ୩୬୫.୭୫ ଗ୍ରାମ୍‌ ବ୍ରାଉନ୍‌ସୁଗାର (ଆନୁମାନିକ ବଜାର ମୂଲ୍ୟ ୩୬ ଲକ୍ଷ ଟଙ୍କା), ୧ ଲକ୍ଷ ୨ ହଜାର ୪୫ଟଙ୍କା, ୨୭ ମୋବାଇଲ ଫୋନ୍‌ ଏବଂ ୧୪ଟି ଦୁଇ ଚକିଆ ଗାଡ଼ି ଜବତ କରାଯାଇଛି।

ସେହିପରି ଚଳିତ ବର୍ଷ ଏଯାବତ ମୋଟ ୪୦ଟି ଗଞ୍ଜେଇ ଚାଲାଣ ମାମଲା ରୁଜୁ କରାଯାଇ ୮୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ୧୩ କ୍ବିଣ୍ଟାଲ ୧୯ କେଜି ୩୧୭ ଗ୍ରାମ୍‌ ଗଞ୍ଜେଇ, ୭ ଲକ୍ଷ ୮୪ ହଜାର ୮୭୦ ଟଙ୍କା, ୩୯ ଟି ମୋବାଇଲ ଫୋନ ଏବଂ ୨୫ଟି ଗାଡ଼ି ଏବଂ ୧୦୩.୭୪ ଗ୍ରାମ୍‌ ଓଜନର ସୁନା ଅଳଙ୍କାର ଜବତ କରଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।