ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଅପରେସନ୍ କରିପାରିବେ ଆୟୁର୍ବେଦିକ ଡାକ୍ତର, ଅନୁମତି ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୨୨।୧୧: ଆୟୁର୍ବେଦିକ ଡାକ୍ତରଙ୍କ ବାବଦରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏବେ ପାଥୋଲୋଜି ଡାକ୍ତରଙ୍କ ଭଳି ଆୟୁର୍ବେଦିକ ଡାକ୍ତରମାନେ ମଧ୍ୟ ଅପରେସନ କରିପାରିବେ ବୋଲି ସରକାର ଅନୁମତି ଦେଇଛନ୍ତି । ଆର୍ୟୁବେଦ ଡିଗ୍ରୀ ପ୍ରାପ୍ତ ଡାକ୍ତର ଏବେ ଜେନେରାଲ ଓ ଅର୍ଥୋପେଡିକ୍ ସର୍ଜରୀ ମଧ୍ୟ କରିପାରିବେ। ଭାରତୀୟ ଚିକିତ୍ସା କେନ୍ଦ୍ର ପରିଷଦ ବା ସେଣ୍ଟ୍ରାଲ୍ କାଉନସିଲ୍ ଅପ୍ ଇଣ୍ଡିଆମ ମେଡିସିନ କହିଛି ଯେ, ସରକାରଙ୍କ ନିକଟରୁ ଗ୍ରୀନ୍ ସିଗନାଲ୍ ମିଳିବା ପରେ ପିଜି ଷ୍ଟୁଡେଣ୍ଟଙ୍କୁ ସର୍ଜରୀ ସମ୍ପର୍କରେ ସମ୍ୟକ ସୂଚନା ଦିଆଯିବ।

ପୂର୍ବରୁ ମଧ୍ୟ ଆର୍ୟୁବେଦର ଷ୍ଟୁଡେଣ୍ଟଙ୍କୁ ସର୍ଜରୀ ସମ୍ପର୍କରେ ପଢାଯାଉଥିଲା, କିନ୍ତୁ ସେମାନେ ସର୍ଜରୀ କରିପାରିବେ କି ନାହିଁ ତା ବିଷୟରେ କୌଣସି ସ୍ପଷ୍ଟ ଗାଇଡଲାଇନ୍ ନଥିଲା। ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ପରେ ଏବେ ଆର୍ୟୁବେଦିକ ଡାକ୍ତର ମଧ୍ୟ ସର୍ଜରୀ କରିପାରିବେ। ସରକାରଙ୍କ ବିଜ୍ଞପ୍ତି ଅନୁସାରେ, ଆର୍ୟୁବେଦରେ ପିଜିର ଛାତ୍ରଙ୍କୁ ଆଖି, ନାକ, କାନ, ଗଳା ସହିତ ଜେନେରାଲ ସର୍ଜରୀ କରିବାକୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବ ।

ସରକାର ବିଜ୍ଞପ୍ତିରେ କହିଛନ୍ତି ଯେ, ଏହି ଛାତ୍ରଙ୍କୁ ଗ୍ଲୁକୋମା, ମୋତିଆବିନ୍ଦୁ ହଟାଇବା, ଅଲସର ଓ ପେଟ ସମ୍ପର୍କୀତ ବାହ୍ୟ ଉପାଦାନଗୁଡିକ ବାହାର କରିବା ଭଳି ସର୍ଜରୀ କରିବାର ଅଧିକାର ମିଳିବ। ଆର୍ୟୁବେଦର ପୂର୍ବତନ ପରାମର୍ଶଦାତା ଡକ୍ଟର ଏସକେ ଶର୍ମା ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଖୁସି ବ୍ୟକ୍ତ କରି ଏହାକୁ ମାଇଲଷ୍ଟୋନ୍ ବୋଲି କହିଛନ୍ତି। ସେ କହିଛନ୍ତି ଦେଶରେ ବର୍ତ୍ତମାନ ସର୍ଜନଙ୍କ ଅଭାବ ରହିଥିବା ବେଳେ ସରକାରଙ୍କ ଏହି ନିଷ୍ପତ୍ତି ଅଭାବନକୁ ପୂରର କରିବ। ଏହା ସହିତ ବହୁ ଦୂରରୁ ଆସୁଥିବା ରୋଗୀଙ୍କୁ ସହର ଆସିବାର ଦରକାର ପଡିବ ନାହିଁ,ସେମାନେ ନିଜ ଅଞ୍ଚଳରେ ଉଚ୍ଚସ୍ତରର ଚିକିତ୍ସା କରିପାରିବେ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି