ଖେଳ ରାଜ୍ୟ ସ୍ପେଶାଲ ରିପୋର୍ଟ

ଅପରାହ୍ନ ୩ଟାରେ ଖୋଲିବ ବାରବାଟୀର ସବୁ ଗେଟ୍, ଜାଲ୍ ଟିକେଟ୍ ଧରାପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ

କଟକ,୧୨/୦୩: ଭାରତ- ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଦେଖିବା ପାଇଁ ଅପରାହ୍ଣ ୩ଟାରୁ ଷ୍ଟାଡିୟମ୍‌ର ସମସ୍ତ ଗେଟ୍‌ ଖୋଲାଯିବ । ଟିକେଟ୍‌ରେ ଉଲ୍ଲେଖ ଥିବା ଗେଟ୍‌ ନମ୍ବର ଅନୁସାରେ ଦର୍ଶକ ଷ୍ଟାଡ଼ିୟମ୍‌କୁ ପ୍ରବେଶ କରିବେ । ଟିକେଟ୍‌ ଯାଞ୍ଚ୍‌ କଡ଼ାକଡ଼ି ହେବ । ଯାଞ୍ଚ୍‌ ସମୟରେ ଜାଲ୍‌ ଟିକେଟ୍‌ ଧରାପଡ଼ିଲେ ସମ୍ପୃକ୍ତ ଦର୍ଶକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଷ୍ଟାଡ଼ିୟମ୍‌ ଭିତରୁ ଥରେ ବାହାରି ସାରିବା ପରେ ଆଉ ଥରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ।

ସେହିପରି ଦୁଇଚକିଆ ଯାନ ନେଇ ଆସିଥିବା ଦର୍ଶକମାନେ ଷ୍ଟାଡିୟମକୁ ଆସିବା ପୂର୍ବରୁ ନିଜ ହେପାଜତରେ ହେଲ୍‌ମେଟ୍‌ ବାହାରେ ରଖି ଆସିବେ । ଦର୍ଶକଙ୍କୁ ବିଡି, ସିଗାରେଟ୍‌, ଦିଆସିଲି, ଲାଇଟର୍‌, ବ୍ୟାଗ୍‌, ବାଡ଼ି, ବୋତଲ, ବ୍ୟାନର୍‌, ପାଣି ପାଉଚ୍‌, ପାଣି ବୋତଲ ବାରଣ କରାଯାଇଛି । ଏମିତିକି ଦର୍ଶକ ସେମାନଙ୍କ ପକେଟ୍‌ରେ ଖୁଚୁରା ପଇସା ରଖିପାରିବେ ନାହିଁ । ସମସ୍ତଙ୍କ ପାଇଁ ମାସ୍କ୍‌ ବାଧ୍ୟତାମୂଳକ କରାଯାଇଛି । ଗ୍ୟାଲେରୀରେ ଦର୍ଶକ କିମ୍ବା ଖେଳାଳିଙ୍କ ଉପରକୁ କୌଣସି ଜିନିଷ ଫିଙ୍ଗିବା ପାଇଁ ବାରଣ କରାଯାଇଛି । ଏଥିରେ କୌଣସି ବ୍ୟତିକ୍ରମ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି ପ୍ରତୀକ ସିଂ ଚେତାବନୀ ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ