ରାଜ୍ୟ

ଅପରାଜିତା ଷଡ଼ଙ୍ଗୀ ଆଗରେ, ବିଜୟ ପଟ୍ଟନାୟକ ଓ ଅରୂପ ପଟ୍ଟନାୟକ ପଛରେ

ଭୁବନେଶ୍ୱର: ଚଳିତ ନିର୍ବାଚନର ତିନି ଚର୍ଚ୍ଚିତ ଚେହେରା ହେଲେ ଅପରାଜିତା ଷଡ଼ଙ୍ଗୀ, ବିଜୟ ପଟ୍ଟନାୟକ ଓ ଅରୂପ ପଟ୍ଟନାୟକ। ଏହି ତିନ ଜଣ ହେଲେ ପୂର୍ବତନ ପ୍ରାଶାସନିକ ଅଧିକାରୀ। ଏମାନଙ୍କ ମଧ୍ୟରୁ ଅପରାଜିତା ଷଡ଼ଙ୍ଗୀ ଓ ବିଜୟ ପଟ୍ଟନାୟକ ପୂର୍ବତନ ଆଇଏସ୍ ଅଧିକାରୀ। ଅପରପକ୍ଷରେ ଅରୂପ ପଟ୍ଟନାୟକ ଜଣେ ପୂର୍ବତନ ଆଇପିଏସ୍ ଅଧିକାରୀ। ଏମାନଙ୍କ ମଧ୍ୟରୁ କେବଳ ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ମନ୍ମଥ ରାଉତରାୟଙ୍କ ଠାରୁ ଆଗରେ ରହିଥିବା ଜଣାଯାଇଛି।

ଅପରପକ୍ଷରେ, ବିଜେଡିର ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଡାକ୍ତର ସମ୍ବିତ ପାତ୍ରଙ୍କ ଠାରୁ ପଛରେ ରହିଥିବା ଜଣାଯାଇଛି।  ଠିକ୍ ସେହିପରି ପାରଳାଖେମୁଣ୍ଡି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ବିଜୟ ପଟ୍ଟନାୟକ ପ୍ରାରମ୍ଭିକ ପର୍ଯ୍ୟାୟରେ ତୃତୀୟ ସ୍ଥାନରେ ରହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।