ରାଜ୍ୟ ସ୍ପେଶାଲ ରିପୋର୍ଟ

ଅପପୁଷ୍ଟିର ମୁକାବିଲା ପାଇଁ ଭିଟାମିନଯୁକ୍ତ ଚାଉଳ: ୧୪ ଜିଲ୍ଲାରେ କାର୍ଯ୍ୟକାରୀ ହେବ କେବେ?

ଭୁବନେଶ୍ବର : ଦେଶର ୭୦ ପ୍ରତିଶତ ଜନସାଧାରଣ ଆବଶ୍ୟକତାର ୫୦ ପ୍ରତିଶତ ପୋଷଣଯୁକ୍ତ ଖାଦ୍ୟ ପାଇପାରୁନାହାନ୍ତି। ଏଥିପାଇଁ କେନ୍ଦ୍ର ପକ୍ଷରୁ ଆଇରନ୍‌, ଫଲିକ୍‌ ଏସିଡ୍‌, ଭିଟାମିନ ବି-୧୨ ଯୁକ୍ତ ଫର୍ଟିଫାଏଡ୍‌ ରାଇସ୍‌ ବା ଭିଟାମିନ ଚାଉଳକୁ ସମସ୍ତ ଜନ କଲ୍ୟାଣକାରୀ ଯୋଜନାରେ କାର୍ଯ୍ୟକାରୀ କରାଯାଉଛି। ମାତ୍ର ଓଡ଼ିଶାର ୧୪ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ କରାଯାଇନାହିଁ। ଯଥାଶୀଘ୍ର ସମସ୍ତ ଜିଲ୍ଲାରେ ଏହି ଯୋଜନାକୁ କାର୍ଯ୍ୟକାରୀ ପାଇଁ ଏଫ୍‌ସିଆଇ ପକ୍ଷରୁ ରାଜ୍ୟକୁ ଚିଠି କରାଯାଇଛି।

ଏଫ୍‌ସିଆଇ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଏମ୍‌ ଲୋକେନ୍ଦ୍ର ସିଂ କହିଛନ୍ତି ଯେ ଦେଶରେ ଅନାହାର ମୃତ୍ୟୁକୁ ନିୟନ୍ତ୍ରିତ କରାଯାଇପାରିଛି। କିନ୍ତୁ ପୋଷଣଯୁକ୍ତ ଖାଦ୍ୟ ଯୋଗାଣ ମୁଖ୍ୟ ଚ୍ୟାଲେଞ୍ଜ୍‌ ହୋଇଛି। ଏଥିପାଇଁ ସମନ୍ବିତ ଶିଶୁ ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ, ପିଡିଏସ୍‌ ସମେତ ସମସ୍ତ ଜନକଲ୍ୟାଣକାରୀ ଯୋଜନାରେ ଏହି ଭିଟାମିନଯୁକ୍ତ ଚାଉଳକୁ ସାମିଲ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଇସିଡିଏସ୍‌ ଏବଂ ପୋଷଣ ଯୋଜନାରେ ୨୦୨୨ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ରାଜ୍ୟର ଅନୁଗୁଳ, ବରଗଡ଼, ବଲାଙ୍ଗୀର, କଟକ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନୂଆପଡ଼ା, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼ ଭଳି ୧୬ ଜିଲ୍ଲା ହିଁ ଏହାକୁ କାର୍ଯ୍ୟକାରୀ କରିଛନ୍ତି। ଏହି ଭିଟାମିନଯୁକ୍ତ ଚାଉଳ ଉତ୍ପାଦନରେ ଓଡ଼ିଶା ଆତ୍ମନିର୍ଭରଶୀଳ ହେବାରେ ଲାଗିଛି।

ରାଜ୍ୟର ୯୦ ପ୍ରତିଶତ ଚାଉଳ ମିଲ୍‌ରେ ଭିଟାମିନଯୁକ୍ତ ଚାଉଳ ଉତ୍ପାଦନ ପାଇଁ ଆବଶ୍ୟକ ମେସିନ୍‌ ପ୍ରତିଷ୍ଠା ହୋଇସାରିଛି। ବାକି ମିଲ୍‌ରେ ମଧ୍ୟ ଖୁବ ଶୀଘ୍ର ଏହି ବ୍ୟବସ୍ଥା ହୋଇଯିବ। ଜାତୀୟ ନମୁନା ସର୍ଭେ ରିପୋର୍ଟ ଅନୁଯାୟୀ ଦେଶର ସମୁଦାୟ ଜନସଂଖ୍ୟାର ୬୫ ପ୍ରତିଶତଙ୍କ ମୁଖ୍ୟ ଖାଦ୍ୟ ହେଉଛି ଭାତ। ଗ୍ରାମାଞ୍ଚଳରେ ଜଣେ ବ୍ୟକ୍ତି ମାସିକ ହାରାହାରି ୬ କେଜି ଏବଂ ସହରରେ ୪.୫ କେଜି ଚାଉଳ ଖାଇଥାଆନ୍ତି। ଚାଉଳରେ ଭିଟାମିନ ମିଶ୍ରଣ ହେଲେ ଅପପୁଷ୍ଟିକୁ ମୁକାବିଲା କରିବା ସମ୍ଭବ ହେବ ବୋଲି ଚିନ୍ତା କରାଯାଇଛି। ୨୦୨୪ ମାର୍ଚ୍ଚ ସୁଦ୍ଧା ଦେଶର ସମସ୍ତ ଜିଲ୍ଲାରେ ଭିଟାମିନଯୁକ୍ତ ଚାଉଳ ଯୋଗାଣ ପାଇଁ କେନ୍ଦ୍ର ଲକ୍ଷ୍ୟ ରଖିଛି। ସାମ୍ବାଦିକ ସମ୍ମିଳନୀରେ ଡିଜିଏମ୍‌ ଦିଲ୍ଲୀପ ସେଠୀ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।