ଖେଳ ଦେଶ ବିଦେଶ

‘ଅନ୍‌ଷ୍ଟପେବଲ୍‌’ ନାଓମି ଓସାକା ଆମେରିକାର ବ୍ରାଡିଙ୍କୁ ଦେଲେ ମାତ୍‌, ଜିତିଲେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟାଇଟଲ୍‌

ସିଡନୀ ୨୦/୦୨: ଜାପାନର ମହିଳା ଟେନିସ୍‌ ତାରକା ନାଓମି ଓସାକା ଜେନ୍‌ ବ୍ରାଡିଙ୍କୁ ହରାଇ ଅଷେ୍‌ଟ୍ରିଲିଆନ୍‌ ଓପନ୍‌-୨୦୨୧ ଟାଇଟଲ୍‌ ନିଜ ନାଁରେ କରି ନେଇଛନ୍ତି । ମ୍ୟାଚ୍‌କୁ ୬-୪ ଏବଂ ୬-୩ରେ ଜିତି ନେଇଛନ୍ତି ଓସାକା। ସେ ଦ୍ବିତୀୟ ଥର ଅଷ୍ଟ୍ରେଲିଆନ୍‌ ଓପନ୍‌ ଜିତିଛନ୍ତି। ଓସାକା ମହିଳା ସିଙ୍ଗଲ୍ସରେ ପ୍ରଥମ ସେମିଫାଇନାଲ୍‌ରେ ୩୯ ବର୍ଷୀୟା ସେରେନାଙ୍କୁ ୬-୩, ୬-୪ରେ ହରାଇଥିଲେ।

ଏହା ପୂର୍ବରୁ ୨୦୧୮ରେ ୟୁଏସ୍‌ ଓପନ୍‌ ଫାଇନାଲ୍‌ରେ ସେରେନାଙ୍କୁ ହରାଇ ଓସାମା କୌଣସି ଗ୍ରାଣ୍ଡ ସ୍ଲାମ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ପହଞ୍ଚିଥିଲେ। ଜାପାନର ନାଓମି ଓସାକା ଗତବର୍ଷ ୟୁଏସ୍‌ ଓପନ ଟାଇଟଲ୍‌ ଜିଣିଥିବା ବେଳେ ୨୦୧୯ରେ ଅଷ୍ଟ୍ରେଲିଆନ୍‌ ଓପନ ଚାମ୍ପିୟନ ହୋଇଥିଲେ।

ସେପଟେ ଆମେରିକାର ୨୨ ବର୍ଷୀୟା ବ୍ରାଡି ସେମିଫାଇନାଲ୍‌ରେ ଗଣରାଜ୍ୟର ୨୫ ବର୍ଷୀୟା କାରୋଲିନା ମୁଚୋଓ୍ବାଙ୍କୁ ୬-୪,୩-୬, ୬-୪ରେ ପରାଜିତ କରିଥିଲେ। ବ୍ରାଡି ପ୍ରଥମ ଥର କୌଣସି ଗ୍ରାଣ୍ଡ ସ୍ଲାମ୍‌ ଟୁର୍ଣ୍ଣାମେଣ୍ଟରେ ଫାଇନାଲରେ ପହଞ୍ଚିଥିଲେ। ଓସାକା, ବ୍ରାଡିଙ୍କୁ ଗତବର୍ଷ ୟୁଏସ୍‌ ଓପନରେ ସେମିଫାଇନାଲ୍‌ରେ ହରାଇଥିଲେ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ