ଅପରାଧ ଦେଶ ବିଦେଶ

ଅନ୍‌ଲାଇନ୍‌ ଠକାମୀର ଶିକାର ହେଲେ ସିବିଆଇ ଅଫିସ୍‌ର, ୨ ଲକ୍ଷ ଟଙ୍କା ଗାଏବ

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ ଦୁର୍ନୀତି ଦିନକୁ ଦିନ ବଢ଼ିବାରେ ଲାଗିଛି। ନିକଟରେ ଜଣେ ସିବିଆଇ ଅଫିସ୍‌ର ମଧ୍ୟ ଏପରି ଏକ ଦୁର୍ନୀତିର ସମ୍ମୁଖୀନ ହୋଇଛନ୍ତି। ମୁମ୍ବାଇର ଜଣେ ୫୯ ବର୍ଷ ବୟସ୍କ ଜଣେ ସିବିଆଇ ଅଫିସର୍‌ ସାଇବର୍‌ ଠକାମୀର ଶିକାର ‌ହୋଇଛନ୍ତି। ସେ ସାଇବର ଠକାମୀର ଶିକାର ହୋଇ ୨ ଲକ୍ଷ ଟଙ୍କା ହରାଇ ଦେଇଥିବା ଜାଣିବାକୁ ମିଳିଛି।

ମୁମ୍ବାଇସ୍ଥିତ ଏହି ସିବିଆଇ ଅଧିକାରୀଙ୍କୁ ଜଣେ ନକଲି କ୍ରାଇମ୍‌ ବ୍ରାଞ୍ଚ୍‌ ଅଧିକାରୀ କଲ୍‌ କରିଥିଲେ। କଲ୍‌ କରୁ କରୁ ସେ କହିଥିଲେ କି ଏହି କଲ୍‌ ଦିଲ୍ଲୀ କ୍ରାଇମ୍‌ ବ୍ରାଞ୍ଚ୍‌ରୁ କରାଯାଇଛି।

ଏପ୍ରିଲ୍‌ ୨୬ ତାରିଖରେ ସିବିଆଇ ଅଫିସ୍‌ରଙ୍କ ନିକଟକୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା। କଲ୍‌ କରିଥିବା ବ୍ୟକ୍ତି ଜଣକ ନିଜର ପରିଚୟ ଆଶିଷ ଶର୍ମ‌ା ବୋଲି ଦେଇଥିଲେ। ସେ ଦିଲ୍ଲୀ ପୁଲିସ୍‌ର କ୍ରାଇମ୍‌ ବ୍ରାଞ୍ଚ୍‌ରୁ କହୁଛନ୍ତି ବୋଲି ପରିଚୟ ଦେଇ ସିବିଆଇ ଅଫିସ୍‌ରଙ୍କ ନାମରେ ଏକ ପାର୍ସଲ ପାଇଛନ୍ତି ବୋଲି କହିଥିଲେ। ତାଙ୍କ କହିବାନୁସାରେ ଉକ୍ତ ପାର୍ସଲିକୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଜବତ କରାଯାଇଛି।

ଜବତ ପାର୍ସରେ ସିବିଆଇ ଅଫିସର୍‌ଙ୍କ ଆଧାର ନମ୍ବର ବି ଉଲ୍ଲେଖ ଥିବା ସେ କହିଥିଲେ। ସେହି ପାର୍ସଲ ଭିତରେ ୮ ପାସ୍‌ପୋର୍ଟ, ୫ଟି ବ୍ୟାଙ୍କ୍‌ର କ୍ରେଡିଟ୍‌ କାର୍ଡ ଓ ୧୭୦ ଗ୍ରାମ୍‌ ଡ୍ରଗ୍ସ ମିଳିଛି ବୋଲି ଜଣାଇଥିଲେ। ୪୯ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିବା ଏହି ଫୋନ୍‌ କଲ୍‌ରେ ଠକ ଜଣଙ୍କ ଅଧିକାରୀଙ୍କୁ ଡରାଇଥିଲେ। ତାପରେ ଠକ ତାଙ୍କୁ ୨ ଲକ୍ଷ ଟଙ୍କା ମାଗିବା ସହ ପର୍ଯ୍ୟା ପୂରା ହେଲା ପରେ ଫେରସ୍ତ ହେବ ବୋଲି କହିଥିଲା। ମାତ୍ର ପରେ ଜଣାପଡ଼ିଛି ଯେ ସେ ଜଣେ ଅନ୍‌ଲାଇନ୍‌ ଠକ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ