ଅପରାଧ ରାଜ୍ୟ

ଅନ୍ଧବିଶ୍ବାସ ଓ ଲୋଭର କୁପରିଣତି: ସୁନାକଳସ ପାଇବା ପାଇଁ ନରବଳି ଦେବାକୁ ଆଲୋଚନା

ଦଶପଲ୍ଲା: ଏବେ ବି ସମାଜରେ ବଞ୍ଚି ରହିଛି ଅନ୍ଧବିଶ୍ବାସ। କେଉଁଠି ଗୁଣି ଗାରେଡ଼ି ପାଇଁ ଗ୍ରାମସଭା କରାଯାଇ ବିଷ୍ଠା ଖୁଆଯାଉଛି ତ ପୁଣି କେଉଁଠି ଖଟ ବୁଲିବା ସହ କଙ୍ଗାରୁକୋର୍ଟ ବସୁଛି। ବିଶେଷତଃ ଦଶପଲ୍ଲା ବ୍ଲକ୍‌ର ଆଦିବାସୀ ବହୁଳ ଅଞ୍ଚଳରେ ସଚେତନତା ଅଭାବ ହେତୁ ଦିନକୁ ଦିନ ଏଭଳି ଅନେକ ଘଟଣାକ୍ରମ ଘଟି ଚାଲିଥିବା ବେଳେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଦଶପଲ୍ଲା ବ୍ଲକ୍‌ର ଦୁଡ଼ା ପଞ୍ଚାୟତର ମିଟିଗାଡ଼ୁ ଗ୍ରାମରେ ସୁନାକଳସ ପାଇବା ପାଇଁ ଆରମ୍ଭ ହୋଇଛି ବିବାଦ। ଏକ ସ୍ବପ୍ନାଦେଶ ପରେ ଗ୍ରାମର ରତ୍ନାକର ମାଝି କିଛି ଲୋକଙ୍କୁ ମେଳାଇ ଗୁଣିଆ ଡକାଇବା ସହ ବୋଦା ଓ କୁକୁଡ଼ା ବଳି ଦେଇ ଜଙ୍ଗଲ ନିକଟସ୍ଥ ଏକ ବରଗଛ ମୂଳରେ ଖୋଳାତଡ଼ା ଆରମ୍ଭ କରୁଥିବା ବେଳେ ଗ୍ରାମବାସୀ ଏହାର ବିରୋଧ କରିଛନ୍ତି। ଗ୍ରାମର ବୈଠକକୁ ସଂପୃକ୍ତ ବ୍ୟକ୍ତିମାନେ ଅବମାନନା କରି ଚାଲିଯିବା ପରେ ଗ୍ରାମବାସୀ ଏବେ ଥାନାର ଦ୍ବାରସ୍ଥ ହୋଇଥିବା ପ୍ରକାଶ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, କିଛିଦିନ ତଳେ ରତ୍ନାକର ଏକ ବରଗଛ ମୂଳରେ ସୁନାକଳସ ରହିଥିବା ନେଇ ସ୍ବପ୍ନାଦେଶ ପାଇଥିବା କୁହାଯାଉଛି। ଏହାକୁ ନେଇ ସେ କିଛି ବ୍ୟକ୍ତିଙ୍କୁ ଏକାଠି କରିବା ସହ ଏକ କାଳିସି ବା ଗୁଣିଆ ଡକାଇଥିଲେ। ବରଗଛ ମୂଳରେ ପୂଜାର୍ଚ୍ଚନା କରିବା ସହ ବୋଦା ଓ କୁକୁଡ଼ା ବଳି ଦେଇ ଗାତଖୋଳା ଆରମ୍ଭ କରିଥିଲେ। ଏହା ଜାଣିପାରି ମୁଟିଗାଡ଼ୁ ଓ ଜୁରାଗଣ୍ତା ଗ୍ରାମବାସୀ ବିରୋଧ କରି ଗଛ ନିକଟକୁ ଯାଇଥିଲେ। ଲୋକେ ପହଞ୍ଚିଯିବା ପରେ ଏହା ଅଶୁଦ୍ଧ ହୋଇଯାଇଥିବା କହିଥିଲେ। ମାଟି ଅଶୁଦ୍ଧ ହେତୁ ସୁନାକଳସ ମିଳିନଥିବା ବେଳେ କିଛି ନରବଳି ଦେଲେ ଏହା ପ୍ରାପ୍ତ ହେବ ବୋଲି କୁହାଯାଇଥିଲା। ଏଥିପାଇଁ ୭ଟି ଶିଶୁ ଓ ଦୁଇଟି କଳାବିରାଡ଼ି ପୂଜା ପାଇଁ ଆବଶ୍ୟକତା ଥିବା ଆଲୋଚନା ହେଉଛି। ଯାହାକୁ ବିରୋଧ କରି ଗାଁରେ ବୈଠକ ବସିଥିଲା। ଉକ୍ତ ବ୍ୟକ୍ତିଙ୍କୁ ବୈଠକକୁ ଡକାଇ ଏଭଳି ଅନ୍ଧବିଶ୍ବାସର ବଶବର୍ତ୍ତୀ ନହେବା ପାଇଁ କୁହାଯାଇଥିଲା। ମାତ୍ର ଏହାକୁ ଅଗ୍ରାହ୍ୟ କରି ସଂପୃକ୍ତ ବ୍ୟକ୍ତିମାନେ ବୈଠକରୁ ଚାଲି ଯାଇଥିଲେ। ଏହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇ ରହିଥିବା ବେଳେ ଆଜି ବାଣୀଗୋଛା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିବା କହିଛନ୍ତି। ଅନ୍ଧବିଶ୍ବାସକୁ ନେଇ ଗ୍ରାମରେ କିଛି ଅଘଟଣ ଆଶଙ୍କାରେ ଲୋକେ ଆତଙ୍କିତ ରହିଛନ୍ତି। ମାତ୍ର ଖବର ଲେଖାଯିବା ପର୍ଯ୍ୟନ୍ତ ଥାନା ଅଧିକାରୀ ସଂଜୟ କୁମାର ମଲିକଙ୍କୁ ଫୋନ୍‌ କରିଥିବା ବେଳେ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।