ଅପରାଧ ରାଜ୍ୟ

ଅନ୍ତର୍ଜାତୀୟ ହକି ତାରକାଙ୍କ ବିରୋଧରେ ହତ୍ୟା ଅଭିଯୋଗ, ଆନନ୍ଦ ଟପ୍ପୋଙ୍କ ପରିବାର କହିଲେ ଏହା ଯୋଜନାବଦ୍ଧ ଷଡଯନ୍ତ୍ର

ରାଉରକେଲା ୨୭/୦୬: ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ବିରୋଧରେ ହତ୍ୟା ଅଭିଯୋଗ । ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ତାଙ୍କ ପିଲାଦିନର ସାଙ୍ଗ ଆନନ୍ଦ ଟପ୍ପୋଙ୍କ ପରିବାର ଲୋକେ । ଆନନ୍ଦଙ୍କୁ ହତ୍ୟା କରି ଆତ୍ମହତ୍ୟା ରୂପ ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ପୋଲିସ ଠାରୁ ସହଯୋଗ ମିଳୁନଥିବା ଅଭିଯୋଗ କରି ଆନନ୍ଦ ଟପ୍ପୋଙ୍କ ବାପା ଏବେ ନ୍ୟାୟ ଦାବି କରିଛନ୍ତି । ଗତ ଫେବୃଆରୀ୧୬ରେ ଆନନ୍ଦଙ୍କ ବିବାହ ହୋଇଥିଲା । ବିବାହର ୧୦ ଦିନ ପରେ ଫେବ୍ରୁଆରୀ ୨୭ରେ ଆନନ୍ଦ ଓ ତାଙ୍କ ପତ୍ନୀଙ୍କୁ ଧରି ଶ୍ୱଶୁର ଘରକୁ ଯାଇଥିଲେ । ଲାଇକେରାରେ ତାଙ୍କ ପତ୍ନୀଙ୍କୁ ଛାଡ଼ି ଦୁଇ ବନ୍ଧୁଙ୍କ ସହ ଆନନ୍ଦ କାରରେ ଯାଇଥିଲେ ଭୁବନେଶ୍ୱର ।

ଭୁବନେଶ୍ବର ଇନଫୋସିଟି ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ଆନନ୍ଦ ରହିଥିଲେ । ହେଲେ ତାଙ୍କ ପରିବାରକୁ ଖବର ଆସିଥିଲା ଆନନ୍ଦ ରହୁଥିବା ଫ୍ଲାଟ୍ ରେ ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ବିବାହର ୧୨ ଦିନ ପରେ ପୁଅର ମୃତ୍ୟୁ ଖବରକୁ ବାପା ମାଆ ବିଶ୍ବାସ କରିପାରିନଥିଲେ । ଖବର ପାଇ ଭୁବନେଶ୍ବରରେ ପହଞ୍ଚିଥିଲେ ମୃତ ଆନନ୍ଦଙ୍କ ବାପା ମା ।

ଇନଫୋସିଟି ଥାନାକୁ ପୋଲିସ ସତେବେଳକୁ ଏକ ଅପମୃତ୍ୟୁ ମାମଲା ରୁଜୁ କରିସାରିଥିଲା । ତାଙ୍କ ପୁଅ ଆନନ୍ଦ ଟପ୍ପୋଙ୍କୁ ହତ୍ୟା କରାଯାଇଛି ଏବଂ ଏହା ପଛରେ ବୀରେନ୍ଦ୍ର ଲାକ୍ରା ଓ ତାଙ୍କ ମହିଳା ବନ୍ଧୁ ମନଜିତ୍ ଟେଟେଙ୍କ ସଂପୃକ୍ତି ରହିଛି ବୋଲି ଆନନ୍ଦଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।