ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର/ଇବ୍ଥର୍ମାଲ: ୨୦୨୦ ମସିହା ଡିସେମ୍ବରରେ ଏଇଏସ୍ କମ୍ପାନି ଓପିଜିସିରେ ଥିବା ତାର ଅଂଶଧନ ରାଜ୍ୟ ସରକାରଙ୍କୁ ବିକ୍ରି କରିଥିଲା। ଅର୍ଥାତ୍ ଓପିଜିସିର ୧୦୦ ପ୍ରତିଶତ ମାଲିକ ହେଲେ ସରକାର। ଦି’ ବର୍ଷ ପରେ ରାଜ୍ୟ ସରକାର ଏହି ଲାଭଜନକ ସଂସ୍ଥା (ପୂର୍ବରୁ କ୍ଷତି କରୁଥିଲା)ରୁ ୪୯ ପ୍ରତିଶତ ଅଂଶଧନ ବିନିବେଶ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଶକ୍ତି ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ଟେଣ୍ଡର ଆହ୍ୱାନ କରାଯାଇଛି। ଆଗ୍ରହୀ ସରକାରୀ ଓ ଘରୋଇ କମ୍ପାନି ଫେବ୍ରୁଆରି ୨୮ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଟେଣ୍ଡର ପକାଇବା ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ଶକ୍ତି ସମୀକ୍ଷକଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ତାଜୁବ୍ କରିଛି। ଗୋଟିଏ ସଂସ୍ଥା କ୍ଷତିରୁ ଲାଭକୁ ଆସିବା ପରେ କାହିଁକି ଓ କାହା ସ୍ବାର୍ଥର ସୁରକ୍ଷା କରିବାକୁ ଯାଇ ଏହି ପ୍ରକଳ୍ପରୁ ୪୯ ପ୍ରତିଶତ ଅଂଶଧନ ବିକ୍ରି ପାଇଁ ସରକାର ପ୍ରସ୍ତୁତ ହେଲେ, ସେ ନେଇ ପ୍ରଶ୍ନଉଠିଲାଣି। ଏଥିସହିତ ଶକ୍ତିବିଭାଗର ଭୂମିକା ବିବାଦକୁ ଆସିଛି।
ସୂଚନାଯୋଗ୍ୟ ଯେ, ଓଡ଼ିଶାର ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ୧୯୮୪ ମସିହାରେ ଓପିଜିସିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୯୯୬-୯୭ ମସିହାରେ ଏଥିରୁ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଥିବା ବେଳେ ୧୯୯୯ ମସିହାରେ ଏହାର ୪୯ ପ୍ରତିଶତ ଅଂଶଧନ ଆମେରିକୀୟ ଏଇଏସ୍ କମ୍ପାନିକୁ ରାଜ୍ୟ ସରକାର ବିକ୍ରି କରିଥିଲେ। ଏଇଏସ୍ କଂପାନିର ମନମାନି ଓଡ଼ିଶାର ସ୍ବାର୍ଥ ବିରୋଧରେ କେବଳ ଯାଇଥିଲା ତା ନୁହେଁ, ଏହି ପ୍ରକଳ୍ପର ବିକାଶର ଗତିରୋଧ କରିଥିଲା। ବିଭିନ୍ନ ମହଲରୁ ପ୍ରଚଣ୍ଡ ଚାପ ପରେ ସଂପୃ୍କ୍ତ କଂପାନି ଦୁଇବର୍ଷ ତଳେ ଏହି ପ୍ରକଳ୍ପରୁ ଓହରିଯାଇଥିଲା। ୨୦୨୧ ଓ ୨୦୨୨ ବିଗତ ୨ ବର୍ଷ ଧରି କଂପାନିର ଶହେ ପ୍ରତିଶତ ଅଂଶଧନ ରାଜ୍ୟ ସରକାର ପାଖରେ ରହିଛି।
କମ୍ପାନି ୨୦୨୦ ମସିହାରେ କ୍ଷତିରେ ଚାଲୁଥିବା ବେଳେ ଚଳିତ ବର୍ଷ କମ୍ପାନି ଲାଭ କରିଛି। ଏହାର ଫେଜ୍ ୧ ଓ ଫେଜ୍ ୨ ରୁ ୧୭୪୦ ମେଗାୱାଟ୍ ଉତ୍ପାଦନ ହେଉଛି। ଓପିଜିସିର ସହଯୋଗୀ କମ୍ପାନି ଓସିପିଏଲ ମାଧ୍ୟମରେ ମନୋହରପୁରରେ ସ୍ଥିତ ନିଜସ୍ୱ ଖଣିରୁ କୋଇଲା ତୃତୀୟ ଓ ଚତୁର୍ଥ ୟୁନିଟ୍ ପାଇଁ କୋଇଲା ଆହରଣ କରୁଛି। ଓପିଜିସି ଏକ ଲାଭଜନକ ସଂସ୍ଥା ହୋଇଥିବା ବେଳେ ଆଗାମୀ ଦିନରେ ଏହା ରାଜ୍ୟ ସରକାରଙ୍କୁ ନିରନ୍ତର ଲାଭ ଦେବା ନିଶ୍ଚିତ ହୋଇଥିବାରୁ ଓପିଜିସି କର୍ମଚାରୀ ସଂଘ ଓ ଓପିଜିସି ଅଫିସର ସଂଘର ମିଳିତ ଅଧିବେଶନରେ ଏହାର ବିନିବେଶ ନ କରାଯିବାକୁ ମତ ପ୍ରକାଶ ପାଇଥିଲା। ମାତ୍ର ସରକାର ଏହାକୁ ଭ୍ରୁକ୍ଷେପ ନ କରିବା ଘଟଣା ରାଜ୍ୟରେ ପୁଣି ଏକ ବଡ଼ ଧରଣର ଆନ୍ଦୋଳନ ଲାଗି ରାସ୍ତା ଖୋଲିଦେଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l