ଅପରାଧ ରାଜ୍ୟ

ଅନୈତିକ ସମ୍ପର୍କରୁ ବିଭତ୍ସ ହତ୍ୟାକାଣ୍ଡ ! ପଥରରେ ଛେଚି ଛେଚି ଜଣଙ୍କୁ ହତ୍ୟା

ଦେବଗଡ଼ ୦୨।୦୮ : ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଠିଆନାଳ ଗାଁରେ ବିଭତ୍ସ ହତ୍ୟାକାଣ୍ଡ। ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ। ମୃତ ବ୍ୟକ୍ତି ଠିଆନାଳ ଗାଁର ହୃଷି ବାଘଙ୍କ ପୁଅ ଅପି ବାଘ (୪୩ ବର୍ଷ) ବୋଲି ଜଣାପଡିଛି।

ଖବର ଅନୁଯାୟୀ, ଅପିଙ୍କ ମୃତଦେହ ଗାଁ ମୁଣ୍ଡରେ ଥିବା କେନ୍ଦୁପତ୍ର ଫଡି ନିକଟରୁ ହିଞ୍ଜଳି ନଦୀ କୂଳରୁ ଉଦ୍ଧାର କରାଯାଇଛି । ପ୍ରାଥମିକ ତଦନ୍ତରୁ ଏହା ଅନୈତିକ ସମ୍ପର୍କରୁ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି । କୁଣ୍ଢେଇଗୋଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହତ୍ୟାରେ ସଂଶ୍ଲିଷ୍ଟ ଥିବା ଅଭିଯୋଗରେ ନିକଟସ୍ଥ ଅନୁଗୁଳ ଜିଲ୍ଲା କେରଜେଙ୍ଗ ଗାଁର କିଛି ଲୋକଙ୍କୁ ପୋଲିସ ପକ୍ଷରୁ ଅଟକ ରଖି ପଚରାଉଚୁରା କରାଯାଉଥିବା ଜଣାପଡିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।