ଲବଙ୍ଗ ଦେଖିବାକୁ ଛୋଟ ହେଲେ ମଧ୍ୟ ଏହାର ବହୁତ ଉପକାରିତା ରହିଛି । ଏହାକୁ ବିଭିନ୍ନ ଖାଇବା ତରକାରୀରେ ମସଲା ରୂପେ ବ୍ୟବହାର କରାଯାଇଥାଏ । ଲବଙ୍ଗ ଶରୀରେ ଉତ୍ତାପ ବୃଦ୍ଧି କରିବାରେ ସହାୟକ ହେଉଥିବାରୁ ବିଭିନ୍ନ ପ୍ରକାର ଔଷଧ ନିର୍ମାଣ କରିବା ସମୟରେ ଏହାକୁ ବ୍ୟବହାର କରାଯାଇଥାଏ । ଏହାଛଡ଼ା ଯକୃତ ଓ ବ୍ଲଡରେ ସୁଗାର ସ୍ତରକୁ ଏହା ନିୟନ୍ତ୍ରଣରେ ରଖିଥାଏ । ଆସନ୍ତୁ ଜାଣିବା ଲବଙ୍ଗର ଉପକାରିତା ବିଷୟରେ:-
– ଲବଙ୍ଗରେ ଫାଇବର, ମିନେରାଲ ଓ ଭିଟାମିନ୍ ରହିଥିବାରୁ ଏହାକୁ ଖାଦ୍ୟରେ ସାମିଲ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଆମର ମସ୍ତିଷ୍କ ଠିକ୍ ଭାବେ କାର୍ଯ୍ୟ କରିବା ସହ ହାଡ଼କୁ ମଜବୁତ ରଖିବା ପାଇଁ ମାଙ୍ଗାନିଜ ନିହାତି ଆବଶ୍ୟକ ହୋଇଥାଏ ।
– ଲବଙ୍ଗରେ ଆଣ୍ଟିଅକ୍ସିଡେଣ୍ଟ ପର୍ଯ୍ୟାପ୍ତ ମାତ୍ରାରେ ଥିବାରୁ ଶରୀରରେ ପୁରୁଣା ରୋଗର ପ୍ରଭାବ ବୃଦ୍ଧିକୁ କମ କରିଥାଏ । ଆଣ୍ଟଅକ୍ସିଡେଣ୍ଟ ଫଳ ସହିତ ଲବଙ୍ଗ ସେବନ କରିବା ଆମର ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।