କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଅନେକ ନୂଆବର୍ଷ

ଜାନୁଆରୀ ୧ ତାରିଖ ଏବେ ବିଶ୍ୱର ବହୁ ଦେଶରେ ନୂଆବର୍ଷ ରୂପେ ଗୃହୀତ ହୋଇଛି। ଡିସେମ୍ବର ୩୧ ମଧ୍ୟରାତ୍ରିରୁ ‘ଜିରୋ ଆୱାର’ ଭାବରେ ଏହି ଉତ୍ସବ ପାଳନ ଆରମ୍ଭ ହୁଏ। ଏହା ପାଳିତ ହୁଏ ‘ଗ୍ରେଗୋରିଆନ୍ କ୍ୟାଲେଣ୍ଡର’ ଅନୁସାରେ।

କିନ୍ତୁ ପାରମ୍ପରିକ ଭାବରେ, ଆମ ଦେଶ ଭାରତବର୍ଷରେ ବର୍ଷ ଗଣନା ଥିଲା ଅଲଗା। ବଙ୍ଗଳା, ପଞ୍ଜାବ, ହରିଆଣା, ଆସାମ ଓ ତାମିଲନାଡ଼ୁ ଆଦିରେ ବିଷୁବ ସଂକ୍ରାନ୍ତିକୁ ହିଁ ବର୍ଷର ଆରମ୍ଭ ଦିନ ରୂପେ ପାଳନ କରାଯାଉଥିଲା। ଏହା ପହିଲାବୈଶାଖ, ବୈଶାଖୀ, ବିହୁ, ବର୍ଷପିରପ୍ପୁ ଆଦି ନାମରେ ଲୋକପ୍ରିୟ। ସେହିପରି କର୍ଣ୍ଣାଟକ, କେରଳ, ରାଜସ୍ଥାନ, ଉତ୍ତରାଖଣ୍ଡ ଆଦିରେ ଚୈତ୍ର ଶୁକ୍ଳ ପ୍ରତିପଦା ହିଁ ଥିଲା ବର୍ଷର ଆରମ୍ଭ ଦିନ। ଏହା ଗୁଡ଼ୀ ପଡ଼ବା, ଉଗାଦି, ବିସୁ, ବର୍ଷ ପ୍ରତିପଦା ଆଦି ନାମରେ ଲୋକପ୍ରିୟ। ସିନ୍ଧୀମାନେ ମଧ୍ୟ ଚୈତ୍ର ଶୁକ୍ଳ ଦ୍ୱିତୀୟାକୁ ହିଁ ଚେଡ଼ୀ ଚାନ୍ଦ ବା ନୂଆବର୍ଷ ରୂପେ ପାଳନ କରୁଥିଲେ।

ଆମ ଓଡ଼ିଶାର ପାରମ୍ପରିକ ନୂଆବର୍ଷ କିନ୍ତୁ ଏସବୁଠାରୁ ସଂପୂର୍ଣ୍ଣ ଭିନ୍ନ। ଏବେ ବିଷୁବ ସଂକ୍ରାନ୍ତିକୁ ଅନେକେ ଆମର ନୂଆବର୍ଷ ରୂପେ ଗ୍ରହଣ କରୁଛନ୍ତି।

କିନ୍ତୁ ଏ ପରମ୍ପରା ଖୁବ୍ କମ୍ ଦିନର। ଆମର ପାଞ୍ଜି ଏହିଠାରୁ ଆରମ୍ଭ; କାରଣ, ଏହା ସୌରବର୍ଷର ଆରମ୍ଭ ଦିନ। କିନ୍ତୁ ଏହା ଆମର ପାରମ୍ପରିକ ନବବର୍ଷ ନୁହେଁ।

ଗଜପତି ମହାରାଜାଙ୍କ ଅଭିଷେକ ଦିବସ ବା ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ହିଁ ଥିଲା ଆମର ପାରମ୍ପରିକ ଓ ରାଜନୈତିକ ନୂଆବର୍ଷ। ‘ସୁନିଆ’ ନାମରେ ଏହା ପ୍ରସିଦ୍ଧ। ସେହିପରି, ଆମ କୃଷିକାରୀ ସଂସ୍କୃତିରେ ଫାଲ୍‌ଗୁନ ପୂର୍ଣ୍ଣିମା ଥିଲା ବର୍ଷର ଶେଷଦିନ ଏବଂ ଚୈତ୍ର ପ୍ରତିପଦାର ହୋରି ଉତ୍ସବ ପରେ, ଚୈତ୍ର କୃଷ୍ଣ ଦ୍ୱିତୀୟାରୁ ନୂଆବର୍ଷର ଆରମ୍ଭ ହେଉଥିଲା। ଏହିଦିନଠାରୁ ମୂଲିଆ ଓ ଭାଗଚାଷୀମାନେ ବର୍ଷକପାଇଁ ଚୁକ୍ତିବଦ୍ଧ ହୋଇ କ୍ଷେତରେ କାମ କରୁଥିଲେ।

ମନେହୁଏ, ବିଶ୍ୱସମୟ ଓ ବିଶ୍ୱବର୍ଷ ସହ ତାଳ ଦେଇ, ଡିସେମ୍ବର ୩୧ର ‘ଜିରୋ ଆୱାର’ ଓ ଜାନୁଆରୀ ୧ର ନୂଆବର୍ଷ ପାଳନ ଭିତରେ ଆମେ ଆମର ପରମ୍ପରାକୁ କ୍ରମେ ଭୁଲିବାକୁ ବସିଛୁ। ଏଣୁ ଆଜି, ଜାନୁଆରୀ ୧କୁ ନୂଆବର୍ଷ ଭାବରେ ପାଳନ କଲାବେଳେ, ଆମର ଏହି ମହତ୍ତ୍ୱପୂର୍ଣ୍ଣ ପରମ୍ପରାକୁ ସ୍ମରଣ କରିବାର ବେଳ ଆସିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,