ମନୋରଞ୍ଜନ

ଅନୁଷ୍କା ଶର୍ମାଙ୍କ ନିଦ ହଜାଇ ଦେଇଛି ‘ବଚପନ୍ କା ପ୍ୟାର୍’: ଇନଷ୍ଟାଗ୍ରାମରେ ସେୟାର କଲେ ମିମ୍

ମୁମ୍ବାଇ ୨୯/୦୭ : ବର୍ତ୍ତମାନ ଇଂଲଣ୍ଡରେ ରହୁଥିବା ଅନୁଷ୍କାଙ୍କ ଆଖିରେ ନିଦ ନାହିଁ । ତାଙ୍କ ନିଦ ହଜାଇଛି ଇଣ୍ଟରନେଟ୍ ରେ ଭାଇରାଲ ହେଉଥିବା ‘ଗୀତ ବଚପନ କା ପ୍ୟାର’..। ଆଉ ଏହି ବଚପନ କା ପ୍ୟାର ଗୀତ ପାଇଁ ଭାଇରାଲ ଛତିଶଡର ସହଦେବ ଡିର୍ଡୋ ଅନୁଷ୍କାଙ୍କ ପସନ୍ଦ। ଏନେଇ ଅନୁଷ୍କା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେଆର କରିଛନ୍ତି ।

ଅନୁଷ୍କା ଏବେ ସ୍ବାମୀ ବିରାଟ କୋହଲି ଓ ଝିଅ ଭାମିକାଙ୍କ ସହ ଇଂଲଣ୍ଡ ଗସ୍ତରେ ଅଛନ୍ତି । ତେବେ ସେଠାରେ ଅନୁଷ୍କା ଗୀତ ବଚପନ କା ପ୍ୟାର’ ଗୀତକୁ ଶୁଣି ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଭାଇରାଲ ବୟ ସହଦେବଙ୍କ ବିଷୟରେ ଏକ ମଜାଳିଆ ମିମ୍ ବନାଇ ସେଆର କରିଛନ୍ତି । ଏହି ଫଟୋରେ ଜଣେ ବ୍ୟକ୍ତି ଶୋଇବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି । ହେଲେ ଉକ୍ତ ବ୍ୟକ୍ତି ଜଣଙ୍କ ସହଦେବଙ୍କ ଗୀତକୁ ଶୁଣିବା ପରେ ତାହାକୁ ନିଜ ମନରୁ ବାହାର କରି ପାରୁ ନାହାନ୍ତି । ଆଉ ଯେତେ ଶୋଇବାକୁ ଚେଷ୍ଟା କଲେ ମଧ୍ୟ ଶୋଇ ପାରୁ ନାହାନ୍ତି । ସେହି ପୋଷ୍ଟରେ ଅନୁଷ୍କା ଏକ ହସିବାର ଇମୋଜି ଦେଇ ସେଆର କରିଛନ୍ତି ।

ଭାଇରାଲ ବୟ ସହଦେବଙ୍କର ଏହି ଗୀତ ଆଜିକାଲି ସୋସିଆଲ ମିଡିଆରେ ଖୁବ୍ ଛାଇ ଯାଇଛି । ସହଦେବ ନିଜ ଷ୍ଟାଇଲରେ ଗୀତ ଗାଇଥିବାରୁ ଲୋକେ ଏହାକୁ ବେଶ ପସନ୍ଦ କରୁଛନ୍ତି । ଏହି ଗୀତର ଗାଇବା ଭିଡିଓଟି ଯେତିକି ଭାଇରାଲ ହେଉଛି ଅନେକ ସେଲିବ୍ରିଟିମାନେ ମଧ୍ୟ ଗୀତଟିକୁ କପି କରି ରିଲସ୍ ବନାଉଛନ୍ତି । ପ୍ରସିଦ୍ଧ ରାପର୍ ବାଦଶାହା ମଧ୍ୟ ଏହି ଗୀତଟିକୁ ରିମିକ୍ସ ଭର୍ସନରେ ତିଆରି କରିଛନ୍ତି କେବଳ ଏତିକି ନୁହେଁ ସେ ସହଦେବଙ୍କ ସହ ଭିଡିଓ କଲିଂରେ କଥା ହୋଇ ସାକ୍ଷାତ କରିବା ପାଇଁ ମଧ୍ୟ ଚଣ୍ଡିଗଡକୁ ଡାକିଛନ୍ତି । ଏହା ପୂର୍ବରୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମଧ୍ୟ ସହଦେବକୁ ସାକ୍ଷାତ କରିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ