ନୂଆଦିଲ୍ଲୀ ୧୬।୦୭: ବର୍ତ୍ତମାନ ବିରାଟ କୋହଲିଙ୍କର ଲଗାତାର ଖରାପ ପ୍ରଦର୍ଶନ କରୁଛନ୍ତି। ଇଂଲଣ୍ଡ ଗସ୍ତରେ ମଧ୍ୟ କୋହଲିଙ୍କ ପଡିଆରେ ନିଜର ଦମଦାର ଫର୍ମ ଦେଖାଇ ପାରି ନାହାନ୍ତି। ଏହି ଟୁରର ଶେଷ ମ୍ୟାଚ୍ରେ କୋହଲିଙ୍କଠାରୁ ପ୍ରଶଂସକମାନେ ଏକ ବଡ଼ ଇନିଂସ ଆଶା କରିବେ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଏଥିରୁ ଏହା ଦେଖିବାକୁ ମିଳେ ଯେ କୋହଲି ବର୍ତ୍ତମାନ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଭଜନ-କିର୍ତ୍ତନରେ ପହଞ୍ଚିଛନ୍ତି।
ବିରାଟ କୋହଲି ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି। ଏହି ଟୁର୍ରେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ତାଙ୍କ ସହ ନଜର ଆସିଛନ୍ତି । କୋହଲି ଓ ଅନୁଷ୍କାଙ୍କର ସୋସିଆଲ ମିଡିଆରେ କିଛି ଚିତ୍ର ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଲଣ୍ଡନର କୃଷ୍ଣ ଦାସ କିର୍ତ୍ତନରେ ଯୋଗ ଦେଇଛନ୍ତି। ଏହି କୀର୍ତ୍ତନର ଭିଡିଓ ମଧ୍ୟ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଲଣ୍ଡନରେ ଆମେରିକୀୟ ଗାୟକ କୃଷ୍ଣ ଦାସଙ୍କ ଦ୍ୱାରା ଏହି କୀର୍ତ୍ତନ ଆୟୋଜିତ ହୋଇଥିଲା। ସେ ଭଜନ ଗୀତ ପାଇଁ ବେଶ୍ ଜଣାଶୁଣା । କୃଷ୍ଣ ଦାସଙ୍କ ଶିଷ୍ୟ ହନୁମାନ ଦାସ ଇନଷ୍ଟାଗ୍ରାମରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ସହ ତାଙ୍କର ଏକ ଫଟୋ ଓ ଭିଡିଓ ସେୟାର କରିଛନ୍ତି। ଏହି କାର୍ଯ୍ୟକ୍ରମ ୧୪ରୁ ୧୫ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ।

