ମନୋରଞ୍ଜନ

‘ଅନୁପମା’ ଫେମ୍ ଅଭିନେତା ଆଶିଷ ମେହରୋତ୍ରାଙ୍କ ପିତାଙ୍କ ଦେହାନ୍ତ: ପୁଅ ସେୟାର କଲେ ଭାବବିହ୍ୱଳ ପୋଷ୍ଟ

ମୁମ୍ବାଇ ୨୩/୦୪ : କରୋନା ପ୍ରକୋପ ମଧ୍ୟରେ ଟିଭି ତାରକା, ବଲିଉଡ ତାରକା ଓ ପରିବାର ଲୋକେ ଲଗାତାର ସଂକ୍ରମିତ ହେଉଥିବା ଖବର ଆସୁଛି। ମହାରାଷ୍ଟ୍ରରେ କରୋନା ମାମଲା ହୁ ହୁ ହୋଇ ବଢ଼ୁଥିବାରୁ ସମସ୍ତ ଫିଲ୍ମ ଓ ସିରିଏଲର ସୁଟିଂ ବନ୍ଦ କରାଯାଇଛି। ତଥାପି ଅନେକ କଳାକାର ସଂକ୍ରମଣର ଶିକାର ହେଉଛନ୍ତି। ଟିଭି ସିରିଏଲ ଅନୁପମା ସେଟରୁ ଦୁଃଖଦ ଖବର ଆସିଛି।


ଆଶିଷ ମେହରୋତ୍ରା ଯିଏ ‘ଅନୁପମା’ରେ ପରିତୋଷ ଶାହଙ୍କ ଭୂମିକାରେ ନଜର ଆସିଛନ୍ତି ତାଙ୍କ ପିତାଙ୍କ ଦେହାନ୍ତ ହୋଇଛି। ଆଶିଷ ମେହରୋତ୍ରା ନିଜ ପିତାଙ୍କ ସହ କିଛି ଫଟୋ ଓ ଏକ ଭିଡିଓ ସେୟାର କରିଛନ୍ତି। ଫଟୋ ଓ ଭିଡିଓ ଜରିଆରେ ସେ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଆଶିଷ ଇନଷ୍ଟାଗ୍ରାମରେ ନିଜ ପିତାଙ୍କ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓ ସେୟାର କରି ସେ ଲେଖିଛନ୍ତି,”ଆପଣ ମୋତେ ଏ ଦୁନିଆରେ ଛାଡି ଚାଲିଯାଇଛନ୍ତି କିନ୍ତୁ ମନରେ ହୃଦୟରୁ ଆହୁରି ନିକଟତର ହୋଇଯାଇ। ଆମ ଶରୀର ନିଶ୍ଚୟ ଅଲଗା ହୋଇଯାଇଛି କିନ୍ତୁ ଆତ୍ମା କେବେ ବି ଅଲଗା ହୋଇପାରିବନି। ଏଇ ଲଭ୍ ୟୁ ପାପା…ବହୁତ କିଛି କହିବା ବାକି ରହିଗଲା”

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ