ମନୋରଞ୍ଜନ

ଅନୁପମଙ୍କ ‘ହିଲ୍ ଇଣ୍ଡିଆ’

କୋଭିଡ୍‌ର ଦ୍ବିତୀୟ ଲହରରେ ଅଭିନେତା ଅନୁପମ୍ ଖେରଙ୍କ ‘ହିଲ୍ ଇଣ୍ଡିଆ’ ସକ୍ରିୟ ହେଇଉଠିଛି। ଏବେ ଦେଶବାସୀ କୋଭିଡ୍ ସଂକ୍ରମଣ ଆତଙ୍କରେ ଅସ୍ତବ୍ୟସ୍ତ ହେଇପଡ଼ିଛନ୍ତି।

ବିଶେଷକରି ଖଟିଖିଆ ଓ ଦିନ ମଜୁରିଆଙ୍କ ପେଟରେ ନାତ ବାଜିଛି। ଏପାଖେ ପେଟ ଚିନ୍ତା, ସେପାଖେ ରୋଗ ଦାଉ, ଉଭୟ ଗରିବ ଲୋକଙ୍କୁ ସଂକଟରେ ପକାଇ ଦେଇଛି। ଏ ଭଳି ଦୁଃସମୟରେ କିବା ଧନୀ କିବା ଗରିବ; ସମସ୍ତେ ଜୀବନଜୀବିକା ହରେଇ ବସିଛନ୍ତି। ଏତିକିବେଳେ ସେଲିବ୍ରିଟି ବା ପରିଚିତ ବ୍ୟକ୍ତିମାନେ ସାଧାରଣ ଲୋକଙ୍କ ସେବା ସହାୟତା ଉଦ୍ଦେଶ୍ୟରେ ଆଗଭର ‌ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅନୁପମ ଖେର୍ ମଧ୍ୟ ସାମନାକୁ ଆସିଛନ୍ତି।

ଅନୁପମଙ୍କ ନାମରେ ହେଇଥିବା ‘ଅନୁପମ ଖେର୍ ଫାଉଣ୍ଡେସନ୍ ଓ ଡକ୍ତର ଆଶୁତୋଷ ତିୱାରୀ (ଗ୍ଲୋବାଲ୍ କ୍ୟାନ୍ସର ଫାଉଣ୍ଡେସନ୍, ଆମେରିକା) ଏବଂ ‘ବାବା କଲ୍ୟାଣୀ’ (ଭାରତ ଫରଗେ, ଇଣ୍ଡିଆ) ମିଳିତ ଭାବେ ‘ପ୍ରୋଜେକ୍ଟ ହିଲ୍ ଇଣ୍ଡିଆ’ ଆରମ୍ଭ କରିଛନ୍ତି। କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ଦୁଷ୍ପ୍ରାପ୍ୟ ଉପକରଣ ଯୋଗାଇଦେବା ସହିତ ହସ୍‌ପିଟାଲରେ ସେବା ଯୋଗାଇଦେବାକୁ ଏହି ପ୍ରକଳ୍ପ ନିଷ୍ପତ୍ତି ନେଇଛି।

ଅନୁପମ କହିଛନ୍ତି, ‘ଏଭଳି ସଙ୍କଟଜନକ ପରିସ୍ଥିତିରେ ଆମେ ସମସ୍ତେ ମିଳିମିଶି ଯେତେ ସମ୍ଭବ ଲୋକଙ୍କୁ ସେବା ଓ ସହାୟତା ଯୋଗାଇଦେବା। ଆମେରିକାରେ ରହୁଥିଲେ ମଧ୍ୟ ଡାକ୍ତର ତିୱାରୀ ଭାରତୀୟଙ୍କ ପାଇଁ ସାହାଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି, ତାହା ଆମ ପାଇଁ ଆଶୀର୍ବାଦ କହିଲେ ଅତ୍ୟୁକ୍ତି ହେବନାହିଁ। ଡାକ୍ତର ତିୱାରୀ ଓ ମିଷ୍ଟର ବାବା କଲ୍ୟାଣୀ ମୋ ଫାଉଣ୍ଡେସନ୍ ସହ ମିଶି ଦେଶବାସୀଙ୍କ ସେବା କରିବାକୁ ଆଗେଇ ଆସିଥିବାରୁ ମୁଁ ଅତ୍ୟନ୍ତ ଆଶ୍ବସ୍ତ।’

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ