ରାଜ୍ୟ

ଅନୁଗୁଳ: ୪ ମାସ ହେଲା ବର୍ଷା ନାହିଁ; ଶୁଖିଗଲାଣି ଜଳାଶୟ, ଜିଲ୍ଲାରେ ଜଳ ସଙ୍କଟ ଦେଖା ଦେବାର ଆଶଙ୍କା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଅନୁଗୁଳ : ଶେଷଥର ପାଇଁ ଅନୁଗୁଳ ଜିଲ୍ଲାରେ ଅକ୍ଟୋବର ୧୯ରେ ବର୍ଷା ହୋଇଥିଲା। ଏହା ପରେ ଆଉ ଟୋପାଏ ପଡ଼ିନି। ୪ ମାସରୁ ଅଧିକ ସମୟ ହେଲା ବର୍ଷା ଉଭାନ ହୋଇଯାଇଥିବାବେଳେ ଖରା ବଢ଼ିବାରେ ଲାଗିଛି। ଏପରିକି ଜାନୁଆରିରୁ ଖରାର ତେଜ ବଢ଼ିଲାଣି। ଏଥିପାଇଁ ଏବେଠାରୁ ବିଭିନ୍ନ ଜଳଉତ୍ସ ଶୁଖିବାରେ ଲାଗିଛି। ତେଣୁ ଏଥର ଖରାରେ ଅନୁଗୁଳ ଜଳକଷ୍ଟ ଭୋଗିବା ଏକପ୍ରକାର ଥୟ।

ମୌସୁମୀ ଗଲା ପରେ ମଧ୍ୟ ନଭେମ୍ବର ଓ ଡିସେମ୍ବରରେ ବି ହାଲ୍‌କା ବର୍ଷା ହୋଇଥାଏ। ବେଳେବେଳେ ଲଘୁଚାପ ପାଇଁ ଜାନୁଆରିରେ ବି ବର୍ଷା ହୁଏ। ସରକାରୀ ତଥ୍ୟ ଅନୁସାରେ, ଅନୁଗୁଳ ଜିଲ୍ଲାରେ ଗତ ଅକ୍ଟୋବର ୧୦ ତାରିଖ ପରଠାରୁ ଆଉ ବଡ଼ ବର୍ଷା ହୋଇନି। ୧୫ ତାରିଖ ପରଠାରୁ କାଁ ଭାଁ ‌ବର୍ଷା ହୋଇଥିଲାବେଳେ ୧୯ ତାରିଖ ପରଠାରୁ ବର୍ଷାର ଦେଖା ନାହିଁ। ଅନୁଗୁଳ‌ ଜିଲ୍ଲାରେ ସାଧାରଣତଃ ନଭେମ୍ବର ମାସରେ ୨୦.୪ ମିମି, ଡିସେମ୍ବରରେ ୩.୩ ମିମି, ଜାନୁଆରିରେ ୧୨.୬ ମିମି ଓ ଫେବ୍ରୁଆରିରେ ୨୭.୧ ମିମି ବୃଷ୍ଟିପାତ ହୋଇଥାଏ। କିନ୍ତୁ ଅଧିକାଂଶ ସମୟରେ ଏହି ହାରାହାରି ବୃଷ୍ଟିପାତ ତୁଳନାରେ ଅଧିକ ବର୍ଷା ହେବାର ରେକର୍ଡ ରହିଛି। ୨୦୨୧ ନଭେମ୍ବର ମାସରେ ୩୫.୭୬ ମିମି ଓ ଡିସେମ୍ବରରେ ୩୯.୭୮ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା। ସେହିପରି ୨୦୨୨ ମସିହା ଜାନୁଆରିରେ ୩୫.୭୮ ମିମି ଓ ଫେବ୍ରୁଆରିରେ ହାରାହାରି ୨.୪୧ ମିମି ବର୍ଷା ହୋଇଥିଲା। କିନ୍ତୁ ଏଥର ଚିତ୍ର ସମ୍ପୂର୍ଣ୍ଣ ଓଲଟା। ୪ ମାସ ହେଲା ବିଲ୍‌କୁଲ ବର୍ଷା ନାହିଁ। ଏହା ଜଳଚିନ୍ତାକୁ ବଢ଼ାଇ ଦେଇଛି।

ଗୋଟିଏ ପଟେ ବର୍ଷା ହେଉ ନଥିଲାବେଳେ ଅନ୍ୟ ପକ୍ଷରେ ଖରା ବଢ଼ି ବଢ଼ି ଚାଲିଛି। ଏପରିକି ଫେବ୍ରୁଆରି ଆରମ୍ଭରୁ ତାପମାତ୍ରା ୩୮ଡିଗ୍ରି ପହଞ୍ଚିଲା‌ଣି। ଜାନୁଆରି ଶେଷ ସପ୍ତାହରୁ ପାରଦ ଉପରମୁହାଁ ହେଉଥିବାବେଳେ ଫଗୁଣରେ ଝାଞ୍ଜି ପବନ ବହୁଛି। ଖରା ବଢ଼ିବା ପରେ ଗାଁ ଗହଳିରେ ଥିବା ବିଭିନ୍ନ ଜଳାଶୟ ଶୁଖିଗଲାଣି। ଛୋଟ ନାଳ ସବୁ ଏବେଠାରୁ ଶୁଖିଲା ପଡ଼ିଥିଲାବେଳେ‌ ପୋଖରୀଗୁଡ଼ିକରେ ଆଉ ପାଣି ନାହିଁ। କୂଅରେ ବି ଜଳସ୍ତର କମିବାରେ ଲାଗିଛି। ଏଥିପାଇଁ ଏଥର ଜିଲ୍ଲାରେ ଜଳ ସଙ୍କଟ ଦେଖା ଦେବାର ଆଶଙ୍କା ରହିଛି। ପାନୀୟ ଜଳ ଯୋଗାଣ ପାଇଁ ଚାଲିଥିବା ବିଭିନ୍ନ ମେଗା ପ୍ରକଳ୍ପ ଅଟକି ରହିଥିଲାବେଳେ ଗାଁରେ ଥିବା ଜଳପ୍ରକଳ୍ପଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟକ୍ଷମ ହେଉନି। ତେଣୁ ଜିଲ୍ଲାରେ ଜଳସଙ୍କଟ ଟାଳିବା ପାଇଁ ପ୍ରଶାସନକୁ ଏବେଠାରୁ ଯୋଜନା ନ କଲେ ସ୍ଥିତି ବିଗିଡ଼ିବା ଏକପ୍ରକାର ଥୟ ବୋଲି କୁହାଯାଉଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।