ରାଜ୍ୟ ସ୍ପେଶାଲ ରିପୋର୍ଟ

ଅନୁଗୁଳ-ସୁକିନ୍ଦା ରେଳ ଲାଇନକୁ ପଣ୍ୟ ପରିବହନ ପାଇଁ ସ୍ୱୀକୃତି ମିଳିଲା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ଅନୁଗୁଳ-ସୁକିନ୍ଦା ନୂତନ ରେଳମାର୍ଗରେ ଅନୁଗୁଳ ଜିଲ୍ଲାର ବୁଢାପଙ୍କ ଷ୍ଟେସନ ଓ ଯାଜପୁର ଜିଲ୍ଲାର ସୁକିନ୍ଦା ନିକଟସ୍ଥ ବାଘୁଆପାଳ ଷ୍ଟେସନ ମଧ୍ୟରେ ୯୨.୮୨୫ କିଲୋମିଟର ଦୀର୍ଘ ବ୍ରଡଗେଜ୍ ସିଙ୍ଗଲ ବିଦ୍ୟୁତୀକୃତ ରେଳ ଲାଇନ ସେକ୍ସନରେ ପଣ୍ୟ ପରିବହନ ପାଇଁ ଅନୁମତି ଦିଆଯାଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଏହି ସଫଳତା ପାଇଁ ଅନୁଗୁଳ ସୁକିନ୍ଦା ରେଳ ଲାଇନ ଲିମିଟେଡ଼ ଓ ରେଳ ବିକାଶ ନିଗମ ଲିମିଟେଡ଼କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ନୂତନ ରେଳ ଲାଇନ ଓଡ଼ିଶାର ଲୁହାପଥର ସମୃଦ୍ଧ ଅଞ୍ଚଳ (ଜୋଡା-ବଡ଼ବିଲ) ଓ ଅନୁଗୁଳ ଅଞ୍ଚଳରେ ଥିବା ଇସ୍ପାତ ଏବଂ ସ୍ପଞ୍ଜ ଲୁହା ଶିଳ୍ପ ମଧ୍ୟରେ ସିଧାସଳଖ ଲିଙ୍କ ଯୋଗାଇବ। ଏହା ମଧ୍ୟ କଳିଙ୍ଗନଗର ଶିଳ୍ପାଞ୍ଚଳର କୋଇଲାଭିତ୍ତିକ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରୁ ତାଳଚେର କୋଇଲା ଖଣି ବେଲ୍ଟ ମଧ୍ୟରେ ଦୂରତ୍ୱ ହ୍ରାସ କରିବ ଏବଂ ଯାତାୟାତମୁକ୍ତ ବିକଳ୍ପ ମାର୍ଗ ଯୋଗାଇବ। ଏହା ଅନୁଗୁଳ ଅଞ୍ଚଳର ଇସ୍ପାତ କାରଖାନା, ନାଲକୋ ଏବଂ ଓଡିଶାର କଳିଙ୍ଗନଗର ଅଞ୍ଚଳରେ ଅବସ୍ଥିତ ଇଣ୍ଡଷ୍ଟ୍ରିଜ୍ କ୍ଲଷ୍ଟରର ନିକଟବର୍ତ୍ତୀ ହେବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।