ରାଜ୍ୟ ସ୍ପେଶାଲ ରିପୋର୍ଟ

ଅନୁଗୁଳ ବନଖଣ୍ଡର ବୃକ୍ଷରୋପଣ ନୀତି: ୧୬ ହଜାର ଚାରା ପାଇଁ ୨୫ ଏକର ଜଙ୍ଗଲ କାଟିଦେଲେ

ଅନୁଗୁଳ : ବୃକ୍ଷରୋପଣ ପାଇଁ ସଂରକ୍ଷିତ ଜଙ୍ଗଲକୁ କରିଦେଲେ ସଫା। ୧୬ହଜାର ଗଛ ଲଗାଇବେ ବୋଲି କାଟି ପଦା କରିଦେଲେ ୨୫ଏକର ପୁରୁଣା ଜଙ୍ଗଲ। ଅନୁଗୁଳ ସହର ଉପକଣ୍ଠ କୁଇଓ ସଂରକ୍ଷିତ ଜଙ୍ଗଲରେ ଅନୁଗୁଳ ବନଖଣ୍ଡର ଏପ୍ରକାର କାର୍ଯ୍ୟ ପରିବେଶପ୍ରେମୀଙ୍କୁ କେବଳ ତାଜୁବ୍‌ କରିନାହିଁ, ବରଂ ଜଙ୍ଗଲ ପାଇଁ ଅନୁଗୁଳ ବନଖଣ୍ଡ ବାସ୍ତବରେ କ’ଣ ସବୁ କାମ କରୁଛି, ତାହା ବି ପଦାରେ ପଡ଼ିଛି।

ସୂଚନା ମୁତାବକ, ଯେଉଁ ଜଙ୍ଗଲ କଟାଯାଇଛି ତାହା ହେଉଛି କୁଇଓ ସଂରକ୍ଷିତ ଜଙ୍ଗଲର କାଉଁଶିତଇଳା ବନ ସୁରକ୍ଷା ସମିତି ଅଧୀନସ୍ଥ ଅଞ୍ଚଳ। ଏ ଜଙ୍ଗଲର ବିଶେଷତ୍ବ ହେଉଛି ଏହାର ଶାଳବଣ। ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲା ମୁଖ୍ୟାଳୟଠାରୁ ମାତ୍ର ଅନତି ଦୂରରେ ଥିବା ଏହି ପୁରୁଣା ଜଙ୍ଗଲର ଭୂମିକା ପରିବେଶ ସୁରକ୍ଷା ଦିଗରେ ବି କିଛି କମ୍‌ ନୁହେଁ। ତେଣୁ, ସରକାର ସ୍ଥାନୀୟ ଅଞ୍ଚଳର ଜଙ୍ଗଲକୁ ସଂରକ୍ଷିତ ମାନ୍ୟତା ଦେଇଥିବା ବେଳେ ତାହାର ସୁରକ୍ଷା ଦାୟିତ୍ବ କୁଇଓ ଏବଂ କାଉଁଶିତଇଲା ବନ ସୁରକ୍ଷା ସମିତି ହାତରେ ଦେଇଛନ୍ତି। କାଉଁଶିତଇଲା ବନ ସୁରକ୍ଷା ସମିତି ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଛି। ଏ ଜଙ୍ଗଲରେ ମଧ୍ୟ ବହୁବର୍ଷ ତଳର ଶାଳବଣ ବି ରହିଛି।

ଗତ ତିନିମାସ ତଳେ ଅନୁଗୁଳ ବନାଞ୍ଚଳ ଏହି ସଂରକ୍ଷିତ ଜଙ୍ଗଲରେ ହାତ ମାରିଛି। ବନ ସୁରକ୍ଷା ସମିତିର ଆପତ୍ତି ସତ୍ତ୍ବେ ବନ ବିଭାଗ ମୂଲିଆ ଲଗାଇ ସ୍ଥାନୀୟ ଜଙ୍ଗଲର ପ୍ରାୟ ୨୫ଏକର ଜାଗାରୁ ଗଛ ସବୁ କାଟି ସଫା କରି ଦେଇଛି। ଜଙ୍ଗଲ ସଫାରେ ହଜାର ହଜାର ଗଛ ସବୁ ବଳି ପଡ଼ିଛି।

ଏପ୍ରକାର ନିଷ୍ପତ୍ତି ସପକ୍ଷରେ ଯୁକ୍ତି ବାଢ଼ିଛି ବନ ବିଭାଗ। ସ୍ଥାନୀୟ ଫରେଷ୍ଟର ହରମୋହନ ପ୍ରଧାନ କହିଛନ୍ତି, ଏ ଜାଗା ସଂରକ୍ଷିତ ଜଙ୍ଗଲ ହୋଇଥିଲେ ହେଁ ଏହା ପତିତ ଜଙ୍ଗଲ। ଏହାର ମାଟି ପଥୁରିଆ ଅଛି। ତେଣୁ, ଏଠି ଗଛ ବଢ଼ୁନି। ସେଥିପାଇଁ କାମ୍ପା ଯୋଜନାରେ ୧୬ ହଜାର ନୂଆ ଗଛ ଲଗାଇବା ପାଇଁ ଏବର୍ଷ ଯୋଜନା କରାଯାଇଛି। ଗଛ ଲଗାଇଲା ପରେ ତାର ସ୍ବତନ୍ତ୍ର ଯତ୍ନ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। କିନ୍ତୁ, ଏଠି ପ୍ରଶ୍ନ ଉଠୁଛି, ଯଦି ମାଟିରେ ଗଛ ବଢ଼ୁନି, ତେବେ ନୂଆ ଚାରା ବଢ଼ିବ କେମିତି? ଯଦି ନୂଆ ଚାରା ଲଗାଇଲା ପରେ ତାର ସ୍ବତନ୍ତ୍ର ଯତ୍ନ ବ୍ୟବସ୍ଥା କରିବାକୁ ବନ ବିଭାଗ ଅଣ୍ଟା ଭିଡ଼ୁଛି। ତେବେ ବର୍ଷ ବର୍ଷ ହେଲା ମାଟିରେ ଠିଆ ହୋଇଥିବା ଗଛ ପ୍ରତି ସେତିକି ଯତ୍ନ ନିଆଯାଇଥିଲେ କ’ଣ ଅସୁବିଧା ହୋଇଥା’ନ୍ତା? ଏହି ପ୍ରଶ୍ନ ଏବେ ସାଧାରଣ ମନରେ ‌ଆନ୍ଦୋଳିତ କରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।