ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଅନୀଲ ଅମ୍ବାନୀଙ୍କ ବିରୋଧରେ ପାରିତ ହେଲା ବ୍ଲାକ୍ ମନି ଆକ୍ଟ, ବିଦେଶରେ ଅଛି ୮୦୦ କୋଟିର ସମ୍ପତ୍ତି

ନୂଆଦିଲ୍ଲୀ ୦୬/୦୬: ଅନୀଲ ଅମ୍ବାନୀଙ୍କ ପାଇଁ ବଢିଲା ଅଡୁଆ । ବିଦେଶରେ କୋଟି କୋଟି ଟଙ୍କାର ସମ୍ପତି ପାଇଁ ଫସିଲେ ଅନୀଲ । ଆୟକର ବିଭାଗର ମୁମ୍ବାଇ ଶାଖା ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଆନୀଲଙ୍କ ବିରୋଧରେ ୨୦୧୬ କଳାଧନ ଅଧିନିୟମ ଆଧାରରେ ଏକ ନିର୍ଦ୍ଦେଶନାମା ପାରିତ କରିଛି । ପୂର୍ବରୁ ମଧ୍ୟ ଏ ମାମଲାରେ ତଦନ୍ତକାରୀ ଟିମ୍ ଅନୀଲଙ୍କୁ ନୋଟିସ ଜାରି କରିଥିଲେ । ହେଲେ ସେ ଏହାର କୌଣସି ଜବାବ ଦେଇନଥିଲେ । ଫଳରେ ଆୟକର ବିଭାଗ ପକ୍ଷରୁ ଆହୁରି କଡା ପଦକ୍ଷେପ ନିଆଯାଇଛି ।

ଆନୀଲଙ୍କ ବିରୋଧରେ ୮୦୦ କୋଟି ଟଙ୍କାର ଅଘୋଷିତ ବିଦେଶୀ ସମ୍ପତି ଓ ନିବେଶ ଥିବା ଅଭିଯୋଗ ଲାଗିଛି । ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଚ ଅନୁସାରେ, ପୂର୍ବରୁ ତଦନ୍ତକାରୀ ଟିମ୍ ୮୦୦ କୋଟିର ଅଘୋଷିତ ସମ୍ପତ୍ତି ନେଇ ଅନୀଲଙ୍କୁ ଜବାବ ତଲବ କରିଥିଲେ । ହେଲେ ସେ ଏହାର କୌଣସି ଉତ୍ତର ରଖିନଥିଲେ । ତାଙ୍କୁ ୨୦୧୯ରେ ଏନେଇ ପ୍ରଥମେ ନୋଟିସ ପଠାଯାଇଥିଲା । ଯେଉଁଥିରେ ୮୦୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ବାବଦରେ ସବିଶେଷ ତଥ୍ୟ ଥିଲା ।

କୁହାଯାଉଛି ଯେ, ତଦନ୍ତକାରୀ ଟିମ୍ ଯେଉଁ ସବୁ ସମ୍ପତ୍ତି ବାବଦରେ ଦର୍ଶାଇଛି ତାହା ବାହମାସ ଓ ବ୍ରିଟେନର ଭର୍ଜିନ ଆଇଲାଣ୍ଡରେ ରହିଛି । ଏହା ଅନୀଲଙ୍କ ମାଲିକାନାରେ ଥିବା ଥିବା ଦୁଇଟି କମ୍ପାନୀ ନାଁରେ ରହିଛି । ଏହି ଦୁଇ କମ୍ପାନୀ ହେଲା ଡ୍ରିମଓ୍ୱାର୍କ ହୋଲ୍ଡିଂ ଆଇଏନସି ଓ ନର୍ଥ ଆଟାଲାଣ୍ଟିକ୍ ଟ୍ରେଡିଂ ଅନଲିମିଟେଡ୍ । ୨୦୧୫ରେ ସ୍ୱିସ୍ ଲିକ୍ସରେ ଏ କମ୍ପାନୀ ବାବଦରେ ପ୍ରଥମେ ତଥ୍ୟ ସାମ୍ନାକୁ ଆସିଥିଲା । ଅନୀଲ ସେହି ୧୦୦୦ ଭାରତୀୟଙ୍କ ମଧ୍ୟରେ ଥିଲେ ଯେଉଁମାନଙ୍କର ଏଚଏସବିସିର ଜେନେଭା ବ୍ରାଞ୍ଚରେ ଆକାଉଣ୍ଟ ଥିଲା । ୨୦୦୬-୦୭ରେ ଏହି ଖାତାରେ ୨ ଅରବରୁ ଅଧିକ ଟଙ୍କା ଥିଲା ।

ଏସବୁକୁ ଭିତ୍ତି କରି ଅନୀଲଙ୍କ ବିରୋଧରେ ସେକ୍ସନ ୧୦(୩) କଳାଧନ ଆକ୍ଟ ଅନୁସାରେ ନିର୍ଦ୍ଦେଶନାମା ପାରିତ ହୋଇଛି । ସମସ୍ତ ଆକାଉଣ୍ଟ, କାଗଜପତ୍ର ଓ ପ୍ରମାଣ ଅଧାରରେ ଆୟକର ବିଭାଗର ତଦନ୍ତକାରୀ ଟିମର ମୁମ୍ବାଇ ଶାଖା ଏହି ପଦକ୍ଷେପ ଗ୍ରହଣ କରିଛି ।

ଅନୀଲଙ୍କ ପକ୍ଷରୁ ଆସିନି ପ୍ରତିକ୍ରିୟା

୮୦୦ କୋଟି ଟଙ୍କାର ବିଦେଶୀ ସମ୍ପତ୍ତି ମାମଲାରେ କିନ୍ତୁ ଅନୀଲଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ଏକଦା ସେ ବିଶ୍ୱର ଟପ୍ ୧୦ ଧନୀଙ୍କ ମଧ୍ୟରେ ଥିଲେ । କିନ୍ତୁ ଟେଲିକମ ସେକ୍ଟର ବୁଡିବା ପରେ ତାଙ୍କର ଖରାପ ସମୟ ଆରମ୍ଭ ହୋଇଯାଇଥିଲା । ଏବେ ତାଙ୍କ ଉପରେ ଲକ୍ଷ ଲକ୍ଷ କୋଟି ଟଙ୍କାର ବାକି ଅଛି । ସେ ନିଜର ଅନେକ କମ୍ପାନୀକୁ ବିକିବା ନେଇ ପ୍ରସ୍ତୁତି ଚଳାଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ